ଲୋକସଭାରେ ଉଠିଲା ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗ। ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ ସୁରେଶ ପୂଜାରୀ।

111

କନକ ବ୍ୟୁରୋ: ଦିଲ୍ଲୀରେ ଉଠିଲା ହାଇପ୍ରୋଫାଲ ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ । ଲୋକସଭାରେ ବରଗଡ ସାଂସଦ ସୁରେଶ ପୂଜାରୀ ଏହି ପ୍ରସଙ୍ଗ ଉଠାଇଛନ୍ତି । ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ସୁରେଶ ପୂଜାରୀ । ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର କରାଯାଉ ବୋଲି ଦାବି କରିବା ସହ ଓଡ଼ିଶା ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ସମସ୍ତଙ୍କର ଲାଇ ଡିଟେକସନ ଟେଷ୍ଟ କରାଯାଉ ବୋଲି ସୁରେଶ ପୂଜାରୀ କହିଛନ୍ତି ।

ପୂର୍ବରୁ ବିଧାନସଭାରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ହଲ୍ଲାବୋଲ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଗୋଟିଏ ମାସ ଧରି ଅର୍ଚ୍ଚନାଙ୍କ ନାଗଫାଶକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏପରିକି ନେତା, ବ୍ୟବସାୟୀ ଓ ବଡ଼ବଡ଼ିଆଙ୍କ ଲିଙ୍କ ଥିବା ନେଇ ଅନେକ କଥା ଚର୍ଚ୍ଚା ହେଉଛି । ପ୍ରଥମେ କମିଶନରେଟ ପୁଲିସ ଏହି ଘଟଣାର ତଦନ୍ତ କରିଥିଲା । ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଏହି ମାମଲାକୁ ହାତକୁ ନେଇଥିଲା । ଏବେ ଅର୍ଚ୍ଚନା, ଇଡି ହେପାଜତରେ ଅଛନ୍ତି ।