ବିବାଦ ଭିତରେ ‘ପଠାନ୍’କୁ ନେଇ ଶାହାରୁଖଙ୍କ ବଡ ଘୋଷଣା । ଫିଫା ବିଶ୍ୱକପ୍ ଫାଇନାଲରେ କରିବେ ଫିଲ୍ମର ପ୍ରମୋସନ୍ । 

236

କନକ ବ୍ୟୁରୋ: ଗତ ଚାରି ବର୍ଷ ଧରି ଶାହାରୁଖ ଖାନଙ୍କର ଗୋଟିଏ ବି ଫିଲ୍ମ ରିଲିଜ୍ ହେଇନି । ଯେଉଁ କାରଣରୁ ଶାହାରୁଖଙ୍କ ଫ୍ୟାନ୍ସମାନେ ତାଙ୍କ ଆଗାମୀ ଫିଲ୍ମ ପଠାନଙ୍କୁ ଚାତକ ଭଳି ଚାହିଁ ରହିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ଏହି ଫିଲ୍ମ ଆସନ୍ତା ଜାନୁଆରୀ ୨୫ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଯାହାର ପ୍ରଥମ ଗୀତ ‘ବେଶରମ୍ ରଙ୍ଗ’ କିଛି ସମୟ ପୂର୍ବରୁ ହିଁ ରିଲିଜ୍ ହେଇଛି । ହେଲେ ରିଲିଜ୍ ହେବାର କିଛି ସମୟ ଭିତରେ ହିଁ ଏହି ଗୀତକୁ ନେଇ ବିବାଦ ଠିଆ ହେଇଛି । ଏମିତିକି କିଛି ସ୍ଥାନରେ ଏହି ଫିଲ୍ମକୁ ବୟକଟ୍ କରିବାକୁ ନାରା ବି ଶୁଭିଛି । ଆଉ  ଏହାରି ଭିତରେ ଶାହାରୁଖ ଖାନ୍ ଏକ ବଡ ଘୋଷଣା କରିଛନ୍ତି ।

ଫିଲ୍ମକୁ ନେଇ ବିବାଦ ଠିଆ ହେବା ଭିତରେ ଫିଲ୍ମର ପ୍ରମୋସନ୍ ପାଇଁ ଶାହାରୁଖ୍ ଖାନ୍ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଶାହାରୁଖ ଖାନ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଘୋଷଣା କରିଛନ୍ତି ଯେ, ଆସନ୍ତା ଫିଫା ବିଶ୍ୱକପ୍ ଫାଇନାଲ ମ୍ୟାଚରେ ସେ ଫିଲ୍ମର ପ୍ରମୋସନ୍ କରିବେ ।

 

View this post on Instagram

 

A post shared by Shah Rukh Khan (@iamsrk)

ଶାହାରୁଖ ନିଜ ଇନଷ୍ଟାଗ୍ରାମ୍ ପେଜରେ ଏହି ଭିଡିଓ ସେୟାର କରିଛନ୍ତି । ଆଉ ଜିଓ ସିନେମା ଓ ସ୍ପୋର୍ଟସ ୧୮ ଷ୍ଟୁଡିଓରେ ଫିଫା ବିଶ୍ୱକପ୍ ମ୍ୟାଚ୍ ଦେଖିବା ସହ ଫିଲ୍ମର ପ୍ରମୋସନ୍ କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୧୮ ତାରିଖ ରବିବାର ଦିନ କତାରରେ ଫିଫା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ । ଯେଉଁ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ଦମଦାର ଦଳ ଫ୍ରାନ୍ସ ଏବଂ ଆର୍ଜଣ୍ଟିନା ।