ଛାତ୍ର ସହ ମହିଳା ଫେରାର! ଶ୍ୱଶୁର ଘରେ ତାଲା ପକାଇ ପ୍ରେମିକ ସହ ମହିଳା ଫେରାର।

699

କନକ ବ୍ୟୁରୋ: ଘରେ ଶ୍ୱଶୁର ଘର ଲୋକଙ୍କୁ ତାଲା ପକାଇ ପ୍ରେମିକଙ୍କ ସହ ଫେରାର ହୋଇଗଲେ ମହିଳା । ଏହାସହ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ନେଇପଳାଇଛନ୍ତି । ଏନେଇ ତାଙ୍କ ସ୍ୱାମୀ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ଅଭିଯୋଗ କରିଥିବା ସ୍ୱାମୀଙ୍କ କହିବା କଥା ଘରେ କେବଳ ତାଙ୍କ ବାପା ଥିଲା ବେଳେ ବାହାରୁ ତାଲା ପକେଇ ତାଙ୍କ ସ୍ତ୍ରୀ କେଉଁଆଡ଼େ ପଳାଇଯାଇଛନ୍ତି । ଏହି ଘଟଣାକୁ ୧୫ରୁ ୨୦ ଦିନ ହୋଇଗଲାଣି ।

ମହିଳା ଜଣକ ଜଣେ ନିର୍ଦ୍ଦିଷ୍ଟ ପିଲା ସାଙ୍ଗରେ ପଳାଇଯାଇଛନ୍ତି । ବାହାଘର ଆଗରୁ ତାଙ୍କ ସ୍ତ୍ରୀ ଏହି ପିଲାକୁ ଟ୍ୟୁସନ କରୁଥିଲେ, ଆଉ ଏବେ ତା ସହ ପଳାଇଯାଇଛନ୍ତି ବୋଲି ସ୍ୱାମୀ ଜଣକ ଅଭିଯୋଗ କରିଛନ୍ତି । ତାଙ୍କର ଆରେଞ୍ଜ ମ୍ୟାରେଜ୍୍ ହୋଇଥଲା । ଏବେ ଘରୁ ସ୍ତ୍ରୀ ପଳାଇଯାଇଥିବା ବେଳେ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଜିନିଷ ନେଇ ପଳାଇଛନ୍ତି । କ୍ୟାସ୍ ଦେଢ଼ଲକ୍ଷ ଟଙ୍କା ସହ ହାର, କାନଫୁଲ, ମଙ୍ଗଳସୂତ୍ର, ପାଉଁଜି ୨ଟା ନେଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ ଜଣକ ।