ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ: ଦେଶରେ ଦିନକ ପରେ ସରି ଯିବ ପେଟ୍ରୋଲ

144

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି । ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଶ୍ରୀଲଙ୍କା ସରକାର ବିମାନ ବନ୍ଦକୁ ଘରୋଇ କରଣ କରିବାକୁ ଯୋଜନା କରିଛନ୍ତି । ଗୋଟିଏ ପଟେ ଗୋଟିଏ ସମସ୍ୟା ଦେଶ ବାସିଙ୍କ ଚିନ୍ତା ବଢାଉଛି । ଦେଶର ପେଟ୍ରୋଲର ଘୋର ଅଭାବ ରହିଥିବା ପୁଣି ୧୫ ଘଂଟା ବିଜୁଳିକାଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ଭାରତ ସରକାରଙ୍କୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ଶ୍ରୀଲଙ୍କା ନାଗରିକ ।

ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଯାହାକୁ ନେଇ ରାଜଧାନୀ କଲୋମ୍ବୋ ସମେତ ଏନେକ ସ୍ଥାନରେ ଜୋର ଧରିଛି ସରକାର ବିରୋଧୀ ପ୍ରର୍ଦଶନ । ଦେଶରେ ପେଟ୍ରୋଲର ମଧ୍ୟ ଘୋର ଅଭାବ ଦେଖାଦେଇଛି । ଫଳରେ ୧୫ ଘଂଟା ବିଜୁଳି କାଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀଲଙ୍କା ସରକାର । ଏହାରି ଭିତରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବାକୁ ବିମାନ ବନ୍ଦରର ଘରୋଇ କରଣ କରିବାକୁ ଯୋଜନା କରୁଛି ଦେଶ । ସୋମବାର ଟେଲିଭିଜନ ଜରିଆରେ ଦେଶ ବାସିଙ୍କୁ ସମ୍ବୋଧିତ କରିବା ସମୟରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ । ସେପଟେ ପେଟ୍ରୋଲ ନେବା ପାଇଁ ୫ ଘଂଟା ଧରି ଲାଇନ ରେ ଛିଡା ହେବାକୁ ପଡୁଥିବା ଦେଖିବାକୁ ମିଳିଛି ।

ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତ ଆହୁରି ସାଂଘାତିକ ହେବାରେ ଲାଗିଛି । ଦେଶରେ ଗଚ୍ଛିତ ବୈଦେଶିକ ମୁଦ୍ରା ୭.୫ ନିୟୁତ ଡଲାରରୁ ପାଖାପାଖି ଶୁନକୁ ପହଂଚିଲାଣି । ସେପଟେ ଅତ୍ୟାବଶ୍ୟକୀୟ ମେଡିସିନ ମଧ୍ୟ ଶେଷ ହୋଇ ସାରିଥିବା କୁହାଯାଉଛି । ଅନ୍ୟପଟେ ଦେଶରେ କେବଳ ଗୋଟିଏ ଦିନର ପେଟ୍ରୋଲ ଷ୍ଟକ ରହିଛି । ଯାହା ଫଳରେ ଦେଶରେ ପୁଣି ଫେରିଛି ବିଜୁଳି କାଟ । ଦିନକୁ ୧୫ ଘଂଟାରୁ ଅଧିକ ସମୟ ଧରି ବିଜୁଳି କାଟ କରାଯାଉଛି ।

ଗୋଟିଏ ପରେ ଗୋଟିଏ ସମସ୍ୟା ଶ୍ରୀଲଙ୍କା ସରକାରଙ୍କ ଚିନ୍ତା ବଢାଇଦେଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶବାସିଙ୍କୁ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଆଗାମି କିଛି ମାସ ବହୁତ କଠିନ ହେବାକୁ ଯାଉଛି । ସେପଟେ କର୍ମଚାରୀଙ୍କ ଦରମା ପାଇଁ ନୂଆଁ ନୋଟ୍ ଛପାଯାଉଥିବା ଜଣାପଡିଛି ।ଏହାରି ଭିତରେ ଭାରତ ସରକାରଙ୍କୁ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ଶ୍ରୀଲଙ୍କା ନାଗରିକ । ଏଭଳି ପରୁସ୍ଥିତିରେ ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ କିପରି ଦେଶ ସମ୍ଭାଳିବେତା ଉପରେ ସମସ୍ତଙ୍କ ନଜର ରହିଛି ।