ଅଦିନିଆ ବନ୍ୟାରେ ବେହାଲ ଆସାମ: ପ୍ରବଳ ବନ୍ୟାରେ ବୁଡିଗଲା ରେଳ ଷ୍ଟେସନ ଓ ଭାସିଗଲା ଟ୍ରେନ

531

କନକ ବ୍ୟୁରୋ: ଆସାମରେ ପ୍ରବଳ ବର୍ଷା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ପ୍ରବଳ ବର୍ଷା ରାଜ୍ୟର ମାନଚିତ୍ର ବଦଳେଇ ଦେଇଛି । ବନ୍ୟାଜଳ ପ୍ରଭାବରେ ରେଳ ଷ୍ଟେସନରେ ଛିଡା ଥିବା ଟ୍ରେନ ଆପେ ଆପେ ଟଳି ପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଳ ମଧ୍ୟ ସୃଷ୍ଟି ହୋଇଛି । ସେପଟେ କେରଳରେ ମଧ୍ୟ ପ୍ରାକ ମୌସୁମୀ ବର୍ଷା ରାଜ୍ୟ ବାସିଙ୍କ ଚିନ୍ତା ବଢାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।

ଦିିମା ହସାଉ ଜିଲ୍ଲା ମୁଖ୍ୟ ରେଳ ଷ୍ଟେସନ ଯେଉଠି ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଥିବା ଏକ ଯାତ୍ରୀବାହୀ ଟ୍ରେନ ବନ୍ୟା ଜଳରେ ଆପେ ଆପେ ତଳେ ପଡିଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପ୍ରବଳ ବର୍ଷା ଷ୍ଟେସନର ମାନଚିତ୍ର ବଦଳେଇ ଦେଇଛି । ଷ୍ଟେସନରେ ଫସି ରହିଥିବା ୨୮୦୦ ଅଧିକ ଯାତ୍ରୀଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଥିବା ଜଣାପଡିଛି ଆସାମରେ ଲଗାଣ ବର୍ଷା ରାଜ୍ୟର ଚିତ୍ର ବଦଳାଇ ଦେଇଛି । ଚାରିଆଡେ ଖାଲି ପାଣି ଆଉ ପାଣି । ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ଅନେକ ସ୍ଥାନରେ ଭୁସ୍ଫଳନ ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଘାଟ ଘରଦ୍ୱାର ଚାରିଆଡେ ମାଡି ଯାଇଛି ବନ୍ୟାଜଳ । ପ୍ରବଳ ବର୍ଷା ଯୋଗୁଁ ୨୦ ଜିଲ୍ଲାର ୨ ଲକ୍ଷରୁ ବି ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ଆଗାମି ୩ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ସତର୍କ ସୁଚନା ଦାରି କରିଛି ପାଣିପାଗ ବିଭାଗ ।

ଆସାମ ସମେତ ମଣିପୁର, ମେଘାଳୟରେ ମଧ୍ୟ ଲଗାଣ ବର୍ଷା ରାଜ୍ୟବାସିଙ୍କୁ ପ୍ରଭାବିତ କରିଛି । ସେହପରି କେରଳରେ ମଧ୍ୟ ପ୍ରାକ ମୌସୁମୀ ବର୍ଷା ରାଜ୍ୟ ବାସିଙ୍କ ଚିନ୍ତା ବଢାଉଛି । ବନ୍ୟା ଜଳରେ ନଦୀ ଗୁଡିକ ମଧ୍ୟ ଭର୍ତି ହୋଇ ସାରିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି କେରଳର ୪ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେହିପରି ମତ୍ସଜୀବୀଙ୍କୁ ମଧ୍ୟ ସମୂଦ୍ର ଭିତରକୁ ନ ଜିବାକୁ ମନା କରା ଯାଇଥିବା ଜଣାପଡିଛି ।