ଇତି ରାଡାରରେ ଚିଦାମ୍ବରମ ପରିବାର: ପି ଚିଦାମ୍ବରମ ଓ ପୁଅ କାର୍ତି ଚିଦାମ୍ବରମଙ୍କ ୧୦ ଟି ଠିକଣାରେ ସିବିଆଇର ରେଡ୍

79

କନକ ବ୍ୟୁରୋ: ମଙ୍ଗଳବାର ସକାକୁ ସକାଳୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି,ଚିଦାମ୍ବରଙ୍କ ପୁଅ କାର୍ତି ଚିଦାମ୍ବରଙ୍କ ଘର ଉପରେ ଚଢାଉ କରିଛି ସିବିଆଇ । ଦିଲ୍ଲୀ ,ମୁମ୍ବାଇ, ଓଡିଶା, ଚେନ୍ନାଇ ବାସଭବନ ସମେତ ଅନ୍ୟାନ୍ୟ ୯ଟି ଠିକଣା ଉପରେ ଚଢାଉ କରିଛି ସିବିଆଇର ସ୍ୱତନ୍ତ୍ର ଟିମ । ଚେନ୍ନାର ୩ଟି ଠିକଣା, ମୁମ୍ବାଇର ୩ଟି ଠିକଣା, କର୍ଣ୍ଣାଟକର ଗୋଟିଏ, ପଂଜାବର ଗୋଟିଏ ଠିକଣାରେ ପହଁଚି ତନାଘନା କରିଛି ସିବିଆଇ । ସୂଚନା ଅନୁସାରେ ୨୦୧୦ରୁ ୧୪ ମଧ୍ୟରେ ପଂଜାବରେ ଗୋଟିଏ ଶକ୍ତି ପ୍ରକଳ୍ପରେ କାର୍ଯ୍ୟ କରିବା ପାଇଁ ଆସିବାକୁ ଥିବା ୨୫୦ଜଣ ଚିନ ନାଗରିକଙ୍କ ପାଇଁ ଭିସା କରାଇ ଦେବାକୁ କାର୍ତି ୫୦ଲକ୍ଷ ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ଆଜିର ଚଢାଉ ହୋଇଥିବା ଜଣାପଡିଛି ।

ସେପଟେ ଚଢାଉ ଏପଟେ ଟୁଇଟ କରି ନିଜ ପ୍ରତିକ୍ର୍ରି୍ରୟା ରଖିଛନ୍ତି କାର୍ତି ଚିଦାମ୍ବରମ । କାର୍ତି ଲେଖିଛନ୍ତି ଏପରି କେତେଥର ଚଢାଉ ହେଲାଣି,ଯାହାକୁ ଗଣିବା ମୁଁ ଭୁଲି ଗଲିଣି । ଏହା ଏକ ରେକର୍ଡ । ସେପଟେ ସିବିଆଇ ପକ୍ଷରୁ ଏହି ଚଢାଉ ନେଇ କୌଣସି ପ୍ରତିକ୍ର୍ରି୍ରୟା ସାମ୍ନାକୁ ଆସିନି । ସେହିପରି ପୁର୍ବତନ ଅର୍ଥମନ୍ତ୍ରୀ  ପି. ଚିଦାମ୍ବରମ ମଧ୍ୟ ଟୁଇଟ କରି ଲେଖିଛନ୍ତି, ସକାଳ୍ୁ ସକାଳୁ ସିବିଆଇ ଟିମ ଚେନ୍ନାଇ ଓ ଦିଲ୍ଲୀରେ ଥିବା ତାଙ୍କ ବାସ ଭବନରେ ଚଢଉ କରିଥିଲେ । କିନ୍ତୁ ଚଢଉ ସମୟରେ ନା କିଛି ମିଳିଥିଲା, ନା କିଛି ଜବତ ହୋଇଥିଲା । ଚଢଉର ସମୟ ଅନ୍ତନ୍ତ୍ୟ ରୋଚକ ଥିଲା ବୋଲି କହିଛନ୍ତି ପି. ଚିଦାମ୍ବରମ । ସେପଟେ ଚଢଉକୁ ନେଇ ପ୍ରତିକ୍ରିୟା ରଖିଛି । ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ବିରୋଧୀଙ୍କୁ ହଇରାଣ କରିବାପାଇଁ ଏହା ବିଜେପିର ଚାଲ ।

ଦେଶର ବିଭିନ୍ନ ସ୍ଥାନରେ ଥିବା କାର୍ତିଙ୍କ ଠିକଣାରେ ସିବିଆଇ ମାରାଥନ ଚଢାଉ କରିଥିବାବେଳେ ସେପଟେ ଲଣ୍ଡନରେ ସେ ଥିବା ଜଣାପଡିଛି । ଏହା ପୂର୍ବରୁ ଉଭୟ ପି,ଚିଦାମ୍ବରମ ଓ କାର୍ତି ଚିଦାମ୍ବରମ ଆଇଏନଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିଲେ । ମାମଲାରେ ଦୁଇ ଦୁଇ ଥର ଗିରଫ ଓ ପରେ ଜାମିନରେ ସେ ମୁକୁଳିଥିଲେ । ଏବେ ଭିଜା ପାଇଁ ଲାଂଚ ନେବା ମାମଲାରେ କାର୍ତି ଚିଦାମ୍ବରମ ନାରେ ମାମଲା ରୁଜୁ କରିଛି ସିବିଆଇ ।