ପୁଅ-ବୋହୂଙ୍କ କଳି ସମାଧାନ କରିବାକୁ ଯାଇ ଗୁଳି ଖାଇଲେ ବାପା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ଥିବା ସୂଚନା

549

କନକ ବ୍ୟୁରୋ : ପୁଅ-ବୋହୂଙ୍କ କଳି ସମାଧାନ କରିବାକୁ ଯାଇ ଗୁଳି ଖାଇଲା ବାପା । ନିଶାସକ୍ତ ପୁଅର ଗୁଳିରେ ଆହତ ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି ବାପା । ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଚିନାଯୁରି ଗାଁରୁ ଆସିଛି ଏପରି ଏକ ଅଭାବନୀୟ ଖବର । ପୁଅର ଗୁଳିମାଡରେ ଗୁରୁତର ହୋଇଛନ୍ତି ବାପା ଗଙ୍ଗାଜଳ ମେହେର ।

ସୂଚନା ଅନୁଯାୟୀ, ପୁଅ ଓ ବୋହୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେବାରୁ ପୁଅ ରାଗିଯାଇ ବୋହୁକୁ ଗୁଳି କରିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ବାପା ବୋହୁକୁ କାହିଁ ଗୁଳି କରିବୁ ମତେ ମାର୍ ବୋଲି କହିଥିଲେ । ସେହି ସମୟରେ ନିଶାସକ୍ତ ପୁଅ ବାପାକୁ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ଗଙ୍ଗାଜଳଙ୍କୁ ପ୍ରଥମେ ଡ଼ୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସା ପରେ ଗଂଗାଜଳ ସୁସ୍ଥ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ କରିଛି ପୋଲିସ ।