ରମା ଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଟୋରୁ ମୃତଦେହ ଉଦ୍ଧାର । ମୃତକଙ୍କ ପରିଚୟ ଅସ୍ପଷ୍ଟ, ଉଠିଲା ପ୍ରଶ୍ନ, ବିଶ୍ୱବିଦ୍ୟାଳୟ ପରିସରକୁ କାହିଁକି ଓ କେମିତି ଆସିଥିଲା ଡେଡବଡି?

530

କନକ ବ୍ୟୁରୋ : ଅଟୋ ଭିତରେ ଡେଡବଡି । ତା ପୁଣି ରମା ଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଏକ ଅଟୋରୁ ଉଦ୍ଧାର । ଏକଥା ଶୁଣିଲାବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପେସରେ ଥିବା ଏକ ଅଟୋରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଦେହ କାହାର? ବିଶ୍ୱବିଦ୍ୟାଳୟ ପରିସରକୁ କେମିତି ଆସିଲା? ତାହା ଜଣାପଡି ନାହିଁ ।
ତେବେ ଉଦ୍ଧାର ହୋଇଥିବା ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ, ଗାଡି ମାଲିକକୁ ଠାବ କରାଯାଇଛି । ଅଧିକ ତଥ୍ୟ ପାଇଁ ପଚରାଉଚରା ଚାଲିଛି ।