ଦେଶରେ ପୁଣି ବଢିଲା ବେରୋଜଗାରୀ ହାର । ୭.୪୫ ପ୍ରତିଶତରୁ ବୃଦ୍ଧି ପାଇ ଏବେ ୭.୮୦ ପ୍ରତିଶତ

148

କନକ ବ୍ୟୁରୋ : ଦେଶରେ ବେରୋଜଗାରୀ ହାର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସରେ ବେରୋଜଗାରୀ ଦର ୭.୮୦ ପ୍ରତିଶତରେ ପହଂଚିଛି । ଏହା ବିଗତ ୩ମାସ ମଧ୍ୟରେ ସର୍ବାଧିକ ବୋଲି କୁହାଯାଇଛି । ଫେବୃଆରୀ ମାସରେ ଏହି ବେରୋଜଗାରୀ ଦର ୭.୪୫ ପଅତିଶତ ରହିଥିଲା । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ତରଫରୁ ଶନିବାର ଦିନ ବେରୋଜଗାରୀ ଦର ବାବଦରେ ସୂଚନା ଦେିଛି ।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ମୁତାବକ ମାର୍ଚ୍ଚ ମାସରେ ସହରୀ ବେରୋଜଗାରୀ ଦର ଫେବୃଆରୀ ମାସରେ ୭.୯୩ ପ୍ରତିଶତ ଥିବା ବେଳେ ମାର୍ଚ୍ଚ ମାସରେ ଏହି ହାର ୮.୫୧ ପ୍ରତିଶତରେ ପହଂଚିଛି । ହେଲେ ଗ୍ରାମୀଣ ବେରୋଜଗାରୀ ଦର ଫେବୃଆରୀମାସରେ ୭.୨୩ ପ୍ରତିଶତ ଥିବା ବେଳେ ମାର୍ଚ୍ଚମାସରେ ଏହା ବୃଦ୍ଧି ପାଇ ୭.୪୭ ପ୍ରତିଶତରେ ପହଂଚିଛି ।

ମାର୍ଚ୍ଚ ମାସରେ ବେରୋଜଗାରୀ ଦର ୭.୮ପ୍ରତିଶତର ଅର୍ଥ କାମ କରିବାକୁ ପ୍ରସ୍ତୁତ ହୋଇଥିବା ୧ହଜାର ଲୋକଙ୍କ ମଧ୍ୟରୁ ୭୮ଜଣଙ୍କୁ କାମ ମିଳିନାହିଁ । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ତରଫରୁ ପ୍ରତିମାସରେ ୧୫ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଘରକୁ ଯାଇ ସର୍ଭେ କରିଥାଏ । ଏହି ସର୍ଭେ ବେଳେ ସଂସ୍ଥା ଲୋକମାନଙ୍କ ଠାରୁ ରୋଜଗାରର ସ୍ଥିତି ନେଇ ସୂଚନା ନେଇଥାଏ । ଏହାପରେ ଯେଉଁ ପରିଣାମ ମଳିଥାଏ ତାହାକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଥାଏ ।