ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଘଟଣା: ମୃତକଙ୍କ ଭାଇଙ୍କ ଅଭିଯୋଗ ପରେ ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀଙ୍କ ସ୍ୱାମୀ ଦୈତାରୀ ବେହେରାଙ୍କ ପ୍ରତିକ୍ରିୟା ।

221

କନକ ବ୍ୟୁରୋ: ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଥିବା ଦିଲ୍ଲୀପ ପାହାନଙ୍କ ଭାଇଙ୍କ ଅଭିଯୋଗ ପରେ ପ୍ରତିକ୍ରୟା ରଖିଛନ୍ତି ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ । ହିଂସାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ସ୍ପଷ୍ଟିକରଣ ରଖିଛନ୍ତି । ଏହାସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଟାର୍ଗେଟ କରାଯାଉଥିବା କହିଛନ୍ତି ଦୈତାରୀ ବେହେରା । ଘଟଣା ଦିନ ସେ ନିର୍ବାଚନ ପ୍ରଚାରରେ ଯାଇଥିବା କହିଛନ୍ତି ।

ସେହିପରି ଖଲ୍ଲିକୋଟ ରାଣୀଙ୍କ ପୁତୁରାଙ୍କ ମଧ୍ୟ ହିଂସାରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଦୈତାରୀ ବେହେରା । ମୃତ ଦିଲ୍ଲୀପ ପାହାନଙ୍କ ଭାଇ ଜିତେନ୍ଦ୍ର ପାହାନଙ୍କ ଅଭିଯୋଗ ଅନୁସାରେ ଦଇତାରୀ ବେହେରା ଓ ସାକ୍ଷାତ ରାମାରାଓଙ୍କ ନିର୍ଦ୍ଦେଶରେ କାର୍ତ୍ତିକ ପରିଡ଼ା ସମସ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । କାର୍ତ୍ତିକର ଖଣ୍ଡା ଚୋଟରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି । ବୁଧବାର ଦିନ ହନୁମାନ ମନ୍ଦିର ପାଖରେ ବିଜେପି ପୋଷ୍ଟର ଲଗାଇବା ବେଳେ ୪୦ରୁ ୫୦ଜଣ ଆସି ଅତର୍କିତ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।