କୋଭାକ୍ସିନ ଟିକାରେ ବି ରହିଛି ପାଶ୍ୱର୍ପ୍ରତିକ୍ରିୟା । ବିଏଚୟୁର ଗବେଷକମାନଙ୍କ ଦ୍ୱାରା ହୋଇଛି ଅନୁଧ୍ୟାନ । ଅନେକଙ୍କଠାରେ ରହିଛି ଶ୍ୱାସନଳୀ ସଂକ୍ରମଣ ।

199

କନକ ବ୍ୟୁରୋ: ଭାରତ ବାୟୋଟେକର କୋଭାକ୍ସିନ୍ ଟିକାରେ ବି ଦେଖାଦେଇଛି ପାଶ୍ୱର୍ପ୍ରତିକ୍ରିୟା! ଦୀର୍ଘମିଆଦୀ ପ୍ରଭାବକୁ ଅନୁଧ୍ୟାନ କରି ବିଏଚୟୁର ଗବେଷକମାନଙ୍କ ଦ୍ୱାରା କରାଯାଇଛି ଏହି ଅଧ୍ୟୟନ । ଯେଉଁଥିରେ ଜଣାପଡିଛି ଯେ କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡଭର୍ସ ଇଭେଣ୍ଟସ୍ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସଆଇ ନେଇ ରିପୋର୍ଟ କରିଛନ୍ତି । ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନ ପାଇଁ ପରୀକ୍ଷା କରାଯାଇଥିବା ୯୨୬ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଏଇଏସଆଇ ରିପୋର୍ଟ କରିଥିଲେ । ଯେଉଁଥିରେ ଉପର ଶ୍ୱାସନଳୀ ସଂକ୍ରମଣ ସବୁଠାରୁ ସାଧାରଣ ଅଭିଯୋଗ ଥିଲା । ଷ୍ଟ୍ରୋକ୍ ଓ ଗିଲେନ୍-ବାର୍ ସିଣ୍ଡ୍ରୋମ୍ ଭଳି ଗୁରୁତର ଏଇଏସଆଇ ଲକ୍ଷଣ ଏକ ପ୍ରତିଶତ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା ।

ଜାନୁଆରୀ ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ହୋଇଥିବା ଏହି ଅଧ୍ୟୟନରେ କୋଭାକ୍ସିନ ଟିକା ନେଇଥିବା ୬୩୫ କିଶୋର ଓ ୨୯୧ ପ୍ରାପ୍ତବୟସ୍କଙ୍କୁ ସାମିଲ କରାଯାଇଥିଲା । କିଶୋରମାନଙ୍କଠାରେ ଦେଖାଯାଇଥିବା ସାଧାରଣ ଏଇଏସ୍ଆଇ ମଧ୍ୟରେ ଚର୍ମ ଓ ଚର୍ମତଳି ରୋଗ, ସାଧାରଣ ସମସ୍ୟା ଓ ସ୍ନାୟୁପ୍ରଣାଳୀ ବିକାର ଅନ୍ତର୍ଭୁକ୍ତ । ପ୍ରାପ୍ତବୟସ୍କଙ୍କଠାରେ ସାଧାରଣ ସମସ୍ୟା, ମାଂସପେଶୀ ଓ ଅସ୍ଥିଜନିତ ସମସ୍ୟା ଏବଂ ସ୍ନାୟୁପ୍ରଣାଳୀ ରୋଗ ଦେଖିବାକୁ ମିଳିଥିଲା ।