ଓଡିଶା ଆସୁଛନ୍ତି ଡ୍ରିମଗାର୍ଲ ହେମାମାଳିନୀ । ଜାଣନ୍ତୁ ପୁରା ଗସ୍ତ ସୂଚୀ ।

357

କନକ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ଡ୍ରିମ ଗାର୍ଲ ତଥା ବିଜେପି ନେତ୍ରୀ ହେମା ମାଳିନୀ । ସଧାରଣ ସଭା କରିବା ସହ ରୋଡ୍ ସୋ’ରେ ସାମିଲ ହେବେ । ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଉତର ଭୁବନେଶ୍ୱର ଓ କଟକର କିଷାନନଗରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବା ପରେ ପିପିଲିରେ ହେମା ମାଳିନୀ ରୋଡ୍ ସୋ କରିବେ ।

– ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ହେମା ମାଳିନୀ
– ୧୧ଟା ୨୦ରେ ସାଲିଆ ସାହିରେ ଜନସଭାକୁ ସମ୍ବୋଧନ କରିବେ
– ସାଲିଆ ସାହିରେ କାର୍ଯ୍ୟକ୍ରମ ପରେ କଟକ ଗସ୍ତ କରିବେ ଡ୍ରିମ୍ ଗାର୍ଲ
– ଦିନ ୧ଟା ୧୦ରେ କଟକ ସଦର ନିର୍ବାଚନ ମଣ୍ଡଳୀର କିଶୋରନଗରରେ ଜନସଭା
– ଦିନ ୪ଟାରେ ପିପିଲିରେ ବିଶାଳ ରୋଡ୍ ସୋ’ରେ ହେବେ ସାମିଲ
– ରୋଡ୍ ସୋ’ ପରେ ସତ୍ୟବାଦୀରେ ଜନସଭାରେ ଯୋଗଦେବେ
– ଆସନ୍ତାକାଲି ଦିନ ୧୦ଟାରେ ପାଲଲହଡାରେ ଜନସଭାକୁ କରିବେ ସମ୍ବୋଧନ
– ୧୨ଟା ୧୫ରେ ଦେବଗଡ଼ରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ।