ବନ୍ୟାଚଞ୍ଚଳରେ ସ୍ୱାସ୍ଥ୍ୟସେବାର ନଗ୍ନଚିତ୍ର: ଅଣ୍ଟାଏ ପାଣି ଭିତରେ ଅସୁସ୍ଥ ଝିଅଙ୍କୁ କାନ୍ଧରେ ବୋହି ଡାକ୍ତରଖାନାକୁ ନେଲେ ବାପା

45

କନକ ବ୍ୟୁରୋ: ବନ୍ୟାଜଳରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଚିତ୍ର । ସବୁଆଡେ ପାଣି ଆଉ ପାଣି । ଜଳବନ୍ଦୀ ହୋଇପଡ଼ିଛନ୍ତି ଲୋକେ । ଆଉ ତାରି ଭିତରେ ସ୍ୱାସ୍ଥ୍ୟୃଅବସ୍ଥା ବେହାଲ ହୋଇପଡ଼ିଛି । ପାଣି ଘେରରେ ଲୋକେ ରହୁଥିବା ବେଳେ ଯାତାୟାତ ଯେମିତି ସମ୍ପୁର୍ଣ୍ଣର୍ର୍ ବନ୍ଦ ହୋଇପଡ଼ିଛି । ଆଉ ତା ସହିତ ଗାଁରେ ପହଞ୍ଚିପାରିନି ସ୍ୱାସ୍ଥ୍ୟବିଭାଗ ଟିମ୍ । ସ୍ୱାସ୍ଥ୍ୟ ସେବା ମିଳୁନଥିବା ବେଳେ ଅସୁସ୍ଥ ହୋଇପଡ଼ିଥିବା ଏକ କୁନି ଝିଅର ଚିତ୍ର ସାମନାକୁ ଆସିଛି । ଏହି ଦୃଶ୍ୟ ଗୋପ ବ୍ଲକ ବିମାନ କାନ୍ତଆ ଗାଁରେ ଦେଖିବାକୁ ମିଳିଛି । କୁନି ଝିଅ ଅସୁସ୍ଥ ଥିବା ବେଳେ ତାର ଚିକିତ୍ସା ପାଇଁ ବାପା ଝିଅକୁ କାନ୍ଧରେ ବସାଇ ଭରା ପାଣିରେ ପାର ହୋଇ ମେଡିକାଲ ନେଉଥିବା ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି ।