୧୦ଟି ପ୍ରଶ୍ନର ଉତର ରଖିଲେ ଓମିକ୍ରନକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର: କହିଲେ, ମାଂସପେଶୀ ଓ ପିଠି ଯନ୍ତ୍ରଣା ହେବା ପ୍ରାଥମିକ ଲକ୍ଷଣ 

236

କନକ ବ୍ୟୁରୋ: ୧୦ଟି ପ୍ରଶ୍ନର ଉତର ରଖିଲେ ଓମିକ୍ରନକୁ ପ୍ରଥମେ ଚିହ୍ନଟ କରିଥିବା ଦକ୍ଷିଣ ଆଫ୍ରିକାର ଡାକ୍ତର । ଆଂଜେଲିକ୍ କୋଏଂଜି କହିଲେ, ମାଂସପେଶୀ ଓ ପିଠି ଯନ୍ତ୍ରଣା ହେବା ପ୍ରାଥମିକ ଲକ୍ଷଣ । ମୋଟା ଲୋକଙ୍କ ପାଇଁ ସୃଷ୍ଟି କରିବ ସମସ୍ୟା । ହସପିଟାଲରେ ଚାପ ବଢ଼ିଲେ କରିବାକୁ ହେବ ଲକଡାଉନ୍ । ତେବେ ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର?

୧-ଯଦି ପରିବାରର ଜଣେ ବ୍ୟକ୍ତି ସଂକ୍ରମିତ,ତେବେ ଅନ୍ୟମାନେ ସୁରକ୍ଷିତ କି?

ଓମିକ୍ରନ ଅଧିକ ସଂକ୍ରାମକ, ଘରେ ଯଦି ୭ ଜଣ ସଦସ୍ୟ ଅଛନ୍ତି ତେବେ ଏହା ସମସ୍ତଙ୍କୁ ସଂକ୍ରମିତ କରିପାରେ ।

୨-କମ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲର ଆବଶ୍ୟକତା ରହିଛି କି?

କମ ଲକ୍ଷଣ ଥିଲେ ବି ଏହା ଅଧିକ ସଂକ୍ରାମକ ଓ ଚିକିତ୍ସାର ଆବଶ୍ୟକତା ମଧ୍ୟ ରହିଛି । ତେଣୁ ଯଦି ଘରେ ସଠିକ୍ ବ୍ୟବସ୍ଥା ନାହିଁ ତେବେ ଡାକ୍ତରଖାନା ଯାଆନ୍ତୁ ।

୩-ଓମିକ୍ରନ କାହା ପାଇଁ ବିପଦପୂର୍ଣ୍ଣ ?

ମୋଟା ଓ ଟିକା ନ ନେଇଥିବା ବ୍ୟକ୍ତିକୁ ଏହା ସମସ୍ୟାରେ ପକାଇପାରେ ।

୪-ଓମିକ୍ରନର ସାମାନ୍ୟ ଲକ୍ଷଣ କଣ?

ମାଂସପେଶୀ ଦରଜ ହେବା, ପିଠିର ତଳ ପାଶ୍ୱର୍ ଦରଜ , ମୁଣ୍ଡ ବିନ୍ଧା ଓ ଆଖିଲାଲ । କାଶ ଓ ଜ୍ୱର ଏହାର ପ୍ରାଥମିକ ଲକ୍ଷଣ ନୁହେଁ  । 

୫-ବାହାରକୁ ବାହାରିବା କେତେ ସୁରକ୍ଷିତ?

ବଜାର ବନ୍ଦ କରିବା ସମାଧାନ ନୁହେଁ, ଆମକୁ ଭୂତାଣୁଠାରୁ ବଞ୍ଚିବାକୁ ପଡିବ , ଡାକ୍ତରଖାନାରେ ଚାପ ପଡିଲେ  ଲକଡାଉନର ଆବଶ୍ୟକତା ପଡିପାରେ 

୬-ଓମିକ୍ରନ ଭୂତାଣୁ ନିମୋନିଆ କରୁଛି କି ?

ଓମିକ୍ରନ ଶ୍ୱାସନଳୀର ଉପରଭାଗକୁ ଟାର୍ଗେଟ କରୁଛି, ନିମୋନିଆ ହୋଇପାରେ କିନ୍ତୁ ଅଧିକ ଭାଗରେ ଏହା ହୋଇନାହିଁ ।

୭-ବୁଷ୍ଟର ଡୋଜର ଆବଶ୍ୟକତା ରହିଛି କି?

ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । ଭାରତରେ ଏହି ଡୋଜ ଦେବା ଆରମ୍ଭ କରିବା ଉଚିତ 

୮-ଓମିକ୍ରନକୁ ଲକଡାଉନ ରୋକିପାରିବ କି?

ଲକଡାଉନ୍ କାମ କରିବ ନାହିଁ । ଭାଇରସ ସବୁ ସ୍ଥାନରେ ରହିଛି  । ତେଣୁ ଭାଇରସ ଠାରୁ ନିଜେ ବଞ୍ଚନ୍ତୁ

୯-କେବେ ଲକଡାଉନ କରିବା ପାଇଁ ପଡିବ?

ଯେଉଁ ସମୟରେ ଦେଖିବାକୁ ମିଳିବ ହସ୍ପିଟାଲ ଉପରେ ଚାପ ପଡିବ, ଲକଡାଉନ କରିଦେବା ଦରକାର ।

୧୦-ନୂଆ ବର୍ଷରେ ପାର୍ଟି କରିବା ସୁରକ୍ଷିତ କି?

ଓମିକ୍ରନ ଏବେ ଖରାପ ସ୍ଥିତି କରିନାହିଁ , କିନ୍ତୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି, ତେଣୁ ଓମିକ୍ରନ ଠାରୁ ଦୂରେଇ ରୁହନ୍ତୁ ।