ୟୁରୋପ, ଆମେରିକା ଓ ଆଫ୍ରିକାରେ ବଢିଚାଲିଛି କରୋନା ସଂକ୍ରମଣ: କେନ୍ଦ୍ର କରାଇଲା ସତର୍କ, ଟିକା ନେଉଥିବା ବ୍ୟକ୍ତି ବି ହେଉଛନ୍ତି ସଂକ୍ରମିତ

98

କନକ ବ୍ୟୁରୋ: ନୂଆ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଆଇଆଇଟି କାନପୁର ଏକ ବଡ ତଥ୍ୟ ଦେଇଛି । ଆଇଆଇଟି କାନପୁର ରିପୋର୍ଟ କହୁଛି ଆସନ୍ତା ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିପାରେ । ବର୍ତମାନ ଦେଶରେ ବଢୁଥିବା ଓମିକ୍ରନ ସଂକ୍ରମଣ ଭିତରେ ଆଇଆଇଟି କାନପୁରର ଏହି ରିପୋର୍ଟ ନିଶ୍ଚିତ ଚିନ୍ତାଜନକ । ଏବେ ଠାରୁ ସାବଧାନ ନହେଲେ ଆଗକୁ ଭୟଙ୍କର ହୋଇପାରେ ସ୍ଥିତି ।

ବିଦେଶରେ ପଜିଟିଭିଟି ହାର ୬.୧ ପ୍ରତିଶତ ରହିଥିବା ବେଳେ ଭାରତରେ ସଂକ୍ରମଣର ପଜିଟିଭିଟି ହାର ବିଦେଶ ତୁଳନାରେ କିନ୍ତୁ କମ୍ ରହିଛି । ହେଲେ ଏହାକୁ ନେଇ ଆଶ୍ୱସ୍ତ ହେବାର ନାହିଁ । ବିପଦ ସଙ୍କେତ ଶୀର୍ଷକୁ ଛୁଇଁବା ଆଗରୁ କେନ୍ଦ୍ର ସରକାର ସଜାଗ ହୋଇଗଲେଣି । ଦେଶରେ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଦେଶରେ ୧୭ ରାଜ୍ୟରେ ଚିହ୍ନଟ ହୋଇସାରିଲାଣି ଓମିକ୍ରନ ଭାରିଆଂଟ । ପୁରା ବିଶ୍ୱରେ ୧୦୮ ଟି ଦେଶକୁ ଛୁଇଁ ସାରିଲାଣି ଏହି ମାରାତ୍ମକ ଭୂତାଣୁ । ବିଦେଶରେ କିଛି ରାଷ୍ଟ୍ରରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇସାରିଲାଣି ।

ଏପରି ସମୟରେ ଆମକୁ ଏବେ ଅଧିକ ସୁରକ୍ଷିତ ରହିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସତର୍କ କରାଇ ଦେଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୦୦ ଟପି ସାରିଲାଣି । ଏହା ମଧ୍ୟରୁ ଚିନ୍ତାଜନକ ଦିଗଟି ହେଉଛି ଏହି ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣ ଡବଲ ଡୋଜ ଟିକା ନେଇଥିଲେ’ା ତଥାପି ସଂକ୍ରମିତ ହୋଇଛନ୍ତି । ତେଣୁ ଓମିକ୍ରନକୁ ନେଇ ସାବଧାନତା ଜରୁରୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଦେଶରେ ଓମିକ୍ରନ ସଂକ୍ରମଣ ବଢୁଥିବା ଭିତରେ ଏକ ବଡ ଆକଳନ କରିଛି ଆଇଆଇଟି କାନପୁର । ଗଉସିଆନ ମିକ୍ସଚର ମଡେଲକୁ ଅନୁଧ୍ୟାନ କରି ଭାରତରେ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ତୃତୀୟ ଲହର ଆସିବା ନେଇ ଆକଳନ କରିଛି ଆଇଆଇଟି କାନପୁର । ଦେଶର ପ୍ରଥମ ଲହର, ଦ୍ୱିତୀୟ ଲହରର ରିପୋର୍ଟକୁ ଅନୁଧ୍ୟାନ କରି ତୃତୀୟ ଲହର ବାବଦରେ ଆକଳନ କରିଛନ୍ତି ଆଇଆଇଟି କାନପୁରର ବିଶେଷଜ୍ଞ । ତୃତୀୟ ଲହର ଫେବୃଆରୀ ୩ ବେଳକୁ ଶୀର୍ଷ ଛୁଇଁଥିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ଗତ ୨୪ ଘଂଟାରେ ଦେଶରେ ୬୬୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୭୪ ରହିଛି କରୋନା ମୃତ୍ୟୁ ସଂଖ୍ୟା । ସେପଟେ ୧୭ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୫୮ରେ ପହଁଚିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଗଲାଣି । ଡେଲଟା ଠାରୁ ୩ରୁ ୫ ଗୁଣ ଅଧିକ ସଂକ୍ରମଣ କ୍ଷମତା ଥିବା ଏହି ମାରାତ୍ମକ ଭୂତାଣୁ ଆଗକୁ ବିପଦ ବନିବ ଆଶଙ୍କା ସୃଷ୍ଟି ହେଲାଣ ିା