ନିୟମନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଗଲାଣି ୧୬ଜଣଙ୍କ ଜୀବନ

65

କନକ ବ୍ୟୁରୋ : ପ୍ରଶାସନର ସବୁ ଦାବି ସତ୍ୱେ ରାଉରକେଲା ଲୋକଙ୍କୁ କଲବଲ କରୁଛି ହାଇଜା । ଶନିବାରଦିନ ହଇଜା ନିୟନ୍ତ୍ରଣକୁ ଆସିଛି ବୋଲି ଦାବି କରିଥିଲା ପ୍ରଶାସନ । ତାସତ୍ୱେ ହଇଜାରେ ଆଉ ଜଣକର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି କୁଆଁରମୁଣ୍ଡା ଅଂଚଳର ସୁବୋଧ ଟପ୍ପୋ । ସରକାରୀ ଭାବେ ସହରରେ ହାଇଜାରେ ୧୬ ଜଣ ପ୍ରାଣ ହରାଥିବାବେଳେ ସରକାରୀ ଭାବେ ଏହି ସଂଖ୍ୟା ୯ ବୋଲି କୁରାଯାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ଚିନ୍ତାର ବିଷୟ ପାଲଟିଛି । କମିଶନର କହିଛନ୍ତି, ବଡଦିନ ଓ ନୂଆବର୍ଷ ଆସୁଥିବାରୁ ଆହୁରି ସତର୍କ ରହିବାର ଆବଶ୍ୟକତା ରହିଛି ।

ରାଉରକେଲାରେ ହଇଜା ବ୍ୟାପିବାର କାରଣ ପାଣି ବୋଲି କୁହାଯାଉଛି । କିନ୍ତୁ ଏ ଯାଏଁ ଏହା ସ୍ପଷ୍ଟ ହୋଇନାହିଁ । ସହରରରେ ୪୦ରୁ ଅଧିକ ବସ୍ତି ଲୋକେ ଆତଙ୍କିତ ହୋଇ ଅଛନ୍ତି ବିଶେଷକରି ଯେଉଁ ବସ୍ତିଗୁଡିକରେ ହଇଜା ବ୍ୟାପିଥିଲା ସେହି ଅଂଚଳରେ ଗୁଡିକରେ ଧିରେ ଧିରେ ଭଲ ପାଣି ଆସିଲାଣି । ପୂର୍ବରୁ ଗୋଳିଆପାଣି ଆସୁଥିବା ଅଭିଯୋଗ ହୋଇଥିଲା । ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ରାଉରକେଲାରେ ଆରଏମଆରସି ନମୁନା ସଂଗ୍ରହ କରି ଫେରିଯାଇଛି । ଖାଦ୍ୟ ଓ ପାଣି ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ଖୁବଶୀଘ୍ର ରିପୋର୍ଟ ଆସିଲା ପରେ ହଇଜାର କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।