୨୦୨୪ ପାଇଁ ବିଜେପିର ରଣନୀତି । ପ୍ରତି ବୁଥରୁ ୫୦ପ୍ରତିଶତ ଭୋଟ ପାଇବା ଲକ୍ଷ୍ୟ, ବିଜେପି କର୍ମୀଙ୍କୁ ଗୋଟିଏ ପରିବାରର ଦାୟିତ

129

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରେ ୨୪ ପାଇଁ ପ୍ରସ୍ତୁତି ହେଉଛି ବିଜେପି । ବୁଥ ସ୍ତରରୁ ଦଳକୁ ମଜବୁତ୍ କରିବାକୁ ଯୋଜନା ହିଁ ଏହି ରାଜ୍ୟରେ ବିଜେପିକୁ ସଫଳତା ଦେଇଛି । ଏହାରିଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ବିଜେପିର ୨୪ ନିର୍ବାଚନ ପ୍ରସ୍ତୁତିକୁ ଖୋରାକ ଯୋଗାଇଛି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ରାଜ୍ୟ ବିଜେପିର ଟାର୍ଗେଟ । ନିଜ ନିଜ ବୁଥରୁ ୫୦ ପ୍ରତିଶତ ଭୋଟ ପାଇର୍ ସମସ୍ତେ ଦାୟିତ୍ୱ ନେବାକୁ ପଡିବ ବୋଲି ଦଳର ପ୍ରତ୍ୟେକ କର୍ମୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ବିଜେଡି କହିଛି ଦଳ ମଜବୁତ ସ୍ଥିତିରେ ଅଛି । ଦଳର ଭୋଟ ପ୍ରତିଶତ ଏଥର ୭୦ ପ୍ରତିଶତରୁ କମିବ ନାହିଁ ।

ଦିଲ୍ଲୀ ଗସ୍ତ ସାରି ଫେରିଥିବା ବିଜେପି ବିଧାୟକମାନେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଅଂଟା ଭିଡିଛନ୍ତି । ମୋଦୀଙ୍କ ଆହ୍ୱାନ କ୍ରମେ ଓଡିଶାରେ ଏକ କୋଟି ପରିବାର ପାଖରେ ପହଂଚିବ ଦଳ । ବିଧାୟକ ମାନେ ଏକ ହଜାରରୁ ଦୁଇ ହଜାର ଘରକୁ ଯିବେ । ସେହିଭଳି ସାଂସଦମାନେ ଚାରିର ପାଂଚ ହଜାର ଘରକୁ ଯିବେ । ପ୍ରତ୍ୟେକ କର୍ମୀ ପ୍ରତି ଘର ଦାୟିତ୍ୱରେ ରହିବାକୁ ଯୋଜନା ପ୍ରସ୍ତତ କରିଛି ବିଜେପି ।

୨୪ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରିବାକୁ ଆରମ୍ଭ କରିଛନ୍ତି ଦୁଇ ରାଜନୈତିକ ଦଳ । ଉଭୟ ବିଜେଡି ଏବଂ ବିଜେପି ବୁଥରୁ ସଂଗଠନ ସୁଦୃଢ କରିବାକୁ ଯୋଜନା ଆରମ୍ଭ କରିଛନ୍ତି । ତେବେ ଭୋଟର କାହାକୁ ବିଶ୍ୱାସ କରୁଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ ।