କଂଗ୍ରେସ ଫୋକସରେ ଓଡିଶା । ଅଜୟ କୁମାରଙ୍କୁ ନୂଆ ପ୍ରଭାରୀ କରିବା ପରେ ବଢ଼ିଲା ଚର୍ଚ୍ଚା, ବଦଳିବ କି ଓଡିଶା କଂଗ୍ରେସର ଭାଗ୍ୟ

178

କନକ ବ୍ୟୁରୋ : ଓଡ଼ିଶା କଂଗ୍ରେସରେ ଦେଖିବାକୁ ମିଳିପାରେ ବଡ଼ ଧରଣର ପରିବର୍ତନ । ରାଜ୍ୟ କଂଗ୍ରେସର ପ୍ରଭାରୀ ପରିବର୍ତନ ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଚେଲ୍ଲା କୁମାରଙ୍କ ବଦଳରେ ଅଜୟ କୁମାରଙ୍କୁ ଦାୟୀତ୍ୱ ଦେବା ପଛରେ କଂଗ୍ରେସର ରଣନୀତି ଥିବା କୁହାଯାଉଛି । ତେବେ ଯଦିଓ ପ୍ରଶାସନିକ ଓ ସାଠନିକ ପରିଚଳନା ନେତ୍ରରେ ଅଜୟଙ୍କ ଲମ୍ବା ଅଭିଜ୍ଞତା ରହିଛି, ତଥାପି କଂଗ୍ରେସ ହାତରେ ଦିନ କମ୍, ଚ୍ୟାଲେଞ୍ଜ ଅଧିକ ରହିଛି ।

ଚେଲ୍ଲା କୁମାରଙ୍କ ବଦଳରେ ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ଦେବା କେବଳ ଏକ ସଂଗଠନିକ ପରିର୍ତନ କହିଲେ ହୁଏତ ଭୁଲ୍ ହୋଇଯିବ । କାରଣ, ଆଗକୁ ୨୪ ନିର୍ବାଚନ ଅଛି ଏବଂ ପରିବର୍ତନର ଠିକ୍ ପୂର୍ବରୁ ଓଡ଼ିଶା କଂଗ୍ରେସର ତୁଙ୍ଗ ନେତତ୍ୱ ଏଆଇସିସିର ଶୀର୍ଷ ନେତାଙ୍କୁ ସାକ୍ଷତ କରିଥିଲେ । ତେଣୁ ଏଥିରେ କୌଣସି ସନ୍ଦେହ ନାହଁ ଯେ, ଓଡ଼ିଶା ପାଇଁ ବଡ଼ ଯୋଜନା କରୁଛି କଂଗ୍ରେସ । ଏହାରି ଭିତରେ ଅଜୟ କୁମାରଙ୍କ ଠାରୁ ବଡ ଆଶା ରଖୁଛି ଦଳ । କାରଣ ପ୍ରଶାସନିକ ଓ ସାଠନିକ ପରିଚଳନା ନେତ୍ରରେ ଅଜୟଙ୍କ ଲମ୍ବା ଅଭିଜ୍ଞତା ରହିଛି । ହେଲେ ହାତରେ ଦିନ କମ୍, ଚ୍ୟାଲେଞ୍ଜ ଅଧିକ ।

ଏପଟେ ଅଜୟଙ୍କ ଅନୁଭୁତି, ରାଜ୍ୟ କଂଗ୍ରେସକୁୁ ତୃତୀୟରୁ ପ୍ରଥମ ସ୍ଥାନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ଏବଂ ଦଳୀୟ ବିଧାୟକ ।

ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଦଳ ୭ଟି ଉପ-ନିର୍ବାଚନରେ ପରାଜିତ ହେବା ସହ ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ସେତେ ଭଲ ପ୍ରଦର୍ଶନ କରି ନଥିଲା । ଏହା ସହ ଚେଲ୍ଲା କୁମାର ଦକ୍ଷିଣ ଭାରତରୁୁ ଆସୁଥିବାରୁ ସାଧାରଣ ଲୋକଙ୍କ ସହ ଭାବ ବିନିମୟରେ ମଧ୍ୟ ସମସ୍ୟା ହେଉଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ । ଏପଟେ ଅଜୟ କୁମାର ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ସହ ଜଡ଼ିତ ଥିବାରୁ ଓଡିଶାରେ ସଠିକ୍ ଢଙ୍ଗରେ ଗୋଟି ଚାଳନା କରି ପାରିବେ ବୋଲି କହିଛନ୍ତି । ସେହିପରି ସାଂଗଠିନକ ପରିବର୍ତନ ନେଇ ନିଷ୍ପତି ନେଇପାରନ୍ତି ।

ଜାନୁଆରୀରେ ଦଳ ପ୍ରାୟ ୫୦ ପ୍ରତିଶତ ପ୍ରାର୍ଥୀଙ୍କୁ ଚୂଡାନ୍ତ କରିବାକୁ ପୂର୍ବରୁ ନିଷ୍ପତି ନେଇଥିଲା । ହେଲେ ପ୍ରଭାରୀ ପରିବର୍ତନ ପରେ ପ୍ରାର୍ଥୀ ଚୂଡାନ୍ତରେ ମଧ୍ୟ ବ୍ରେକ୍ ଲାଗି ପାରିବ ବୋଲି ଚର୍ଚ୍ଚା ହେଉଛି  । ଏହାସହ ୯ ରୁ ୯୦ ମିଶନକୁ ସଫଳ କରିବାରେ କେତେ ସହାୟକ ହେଉଛନ୍ତି ତାହା ଦେଖିବା ବାକି ରହିଲା ।