ନେଦରଲାଣ୍ଡ ବିପକ୍ଷରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ପାକିସ୍ତାନକୁ ମାତ୍ ଦେଇଥିବା ଟିମକୁ ନେଇ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ ।

76

କନକ ବ୍ୟୁରୋ : ପାକିସ୍ତାନକୁ ମାତ୍ ଦେବା ପରେ ନେଦରଲାଣ୍ଡ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପାକିସ୍ତାନ ବିପକ୍ଷରେ ଯେଉଁ ଟିମ୍ ରହିଥିଲା ସେହି ସମାନ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ଟିମ୍ ଇଣ୍ଡିଆ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନେଦରଲାଣ୍ଡ ପଏଣ୍ଟ ଟେବୁଲର ଶେଷରେ ରହିଛି । ଯେହେତୁ ଚଳିତ ଟି-୨୦ ବିଶ୍ୱକପରେ ବଡ ବଡ ଟିମ୍ ମଧ୍ୟ ଅପେକ୍ଷାକୃତ ଦୁର୍ବଳ ଟିମ ବିପକ୍ଷରେ ଧରାଶାୟୀ ହେଉଛନ୍ତି ତେଣୁ ନେଦରଲାଣ୍ଡକୁ ହାଲୁକାରେ ନେଇନାହିଁ ଭାରତ । ପାକିସ୍ତାନକୁ ହରାଇଥିବା ଟିମକୁ ନେଇ ବିଜୟ ଅଭିଯାନ ଜାରି ରଖିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପାକିସ୍ତାନ ବିପକ୍ଷରେ ଦମଦାର ଇନିଂସ ଖେଳିଥିବା କୋହଲିଙ୍କ ବ୍ୟାଟରୁ ଆଉ ଏକ ବିସ୍ପୋରକ ଇନିଂସ ଦେଖିବାକୁ ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ନେଦରଲାଣ୍ଡ ବିପକ୍ଷରେ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।