ପୁଲୱାମା ଆକ୍ରମଣ ଘଟଣାରେ ଏନଆଇଏ କୋର୍ଟର ରାୟ, ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

140

କନକ ବ୍ୟୁରୋ : ୨୦୧୯ ମସିହାରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ କୋର୍ଟ ରାୟ ଶୁଣାଇଛନ୍ତି । ଏହି ଘଟଣା ସହ ସଂପୃକ୍ତ ଥିବା ମୋଟ ୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ୫ ବର୍ଷ କାରାଦଣ୍ଡ ମିଳିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କି ଏହି ମାମଲାର ଯାଂଚ ଜଣେ ଓଡିଆ ଆଇପିଏସ୍ ଅଧିକାରୀ କରୁଥିଲେ । ଏହି ଘଟଣା ଉପରେ ହୋଇଥିବା ତଦନ୍ତର ମୁଖ୍ୟ ଅଧିକାରୀ ଥିଲେ ଓଡିଆ ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ । ୨୦୧୯ ବେଳେ ସତ୍ୟଜିତ ନାୟକ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ର ଏସପି ଭାବେ କାର୍ଯ୍ୟ କରୁଥିଲେ । ପୁଲୱାମା ଆତଙ୍କବାଦୀ ଘଟଣାର ତଦନ୍ତ ଭାର ତାଙ୍କୁ ମିଳିଥିଲା ।

ସେପଟେ ଏହି ମାମଲାରେ ଆଜି ଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଲେ ଗୁଲାମ ନବୀ ଖାନଙ୍କ ପୁଅ ସଜଦ ଅହମ୍ମଦ ଖାନ, ଗୁଲାମ ମହିଉଦ୍ଦିନ ଗାନିଙ୍କ ପୁଅ ତନଭୀର ଅହମ୍ମଦ ଗାନି, ଫାରୁକ୍ ଅହମ୍ମଦ ମୀରଙ୍କ ପୁଅ ବିଲାଲଅହମ୍ମଦ ମୀର, ଅବ୍ଦୁଲ ଗାନି ଭଟ୍ଟଙ୍କ ପୁଅ ମୁଜାଫର ଅହମ୍ମଦ ଭଟ୍ଟ, ଅବ୍ଦୁଲ ମାଜିଦ୍ ଭଟ୍ଟଙ୍କ ପ୍ରୁଅ ଅସଫକ୍ ଅହମ୍ମଦ ଭଟ୍ଟ ଓ ମେହେରାଜ-ଉଦ୍- ଦିନ୍-ଚୋପାନ  । ତେବେ ବିଲାଲ ଓ ମୁଜାଫର ଟାର୍ଗେଟ ସ୍ଥିର କରିବା ସହ ଲୁଚିବା ସ୍ଥାନ ନିର୍ଣ୍ଣୟ କରିଥିଲେ ଓ ଲଜିଷ୍ଟାକାଲ ସପୋର୍ଟ ଆତଙ୍କବାଦୀମାନଙ୍କୁ ଦେଇଥିଲେ ବୋଲି ତଦନ୍ତରୁ ଜଣାପଡିଛି ।