ଏସବିଆଇକୁ ସୁପ୍ରିମ ଝଟକା । ସମୟସୀମା ବୃଦ୍ଧି ଆବେଦନ ଖାରଜ, କାଲି ସୁଦ୍ଧା ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ନିର୍ଦ୍ଦେଶ

89

କନକ ବ୍ୟୁରୋ : ନିର୍ବାଚନୀ ବଣ୍ଡକୁ ନେଇ ଏସ୍ବିଆଇକୁ ବଡ ଝଟ୍କା । ମାର୍ଚ୍ଚ ୧୨ ସୁଦ୍ଧା ସୁଦ୍ଧା ସମସ୍ତ ଇଲକ୍ଟୋରାଲ ବଣ୍ଡକୁ ନେଇ ତଥ୍ୟ ପୈଠ କରିବାକୁ ନିର୍ବାଚନ କମିଶନ୍ ଓ ଏସ୍ବିଆଇକୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ୍ କରିଛନ୍ତି । ତଥ୍ୟ ପୈଠ କରିବାକୁ ଅଧିକ ସମୟ ମାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ତଥ୍ୟ ଦାଖଲରେ ବିଳମ୍ବ ନେଇ ଏସବିଆଇ ଉପରେ ବର୍ଷିବା ସହ ୨୬ ଦିନ ଯାଏଁ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏସବିଆଇକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

-୨୬ଦିନ ବିତିଥିଲେ ସୁଦ୍ଧା କ’ଣ ପାଇଁ କୋର୍ଟରେ ତଥ୍ୟ ଦାଖଲ କରାଯାଇନି?
-ତଥ୍ୟ ମିଳାଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ ଖିଲାପ କ’ଣ ପାଇଁ କରାଯାଇଛି?
-ଫେବ୍ରୃଆରୀ ୧୫ରେ ଦିଆଯାଇଥିବା ନିର୍ଦ୍ଦେଶକୁ କ‘ଣ ପାଇଁ ଅନୁପାଳନ କରାଯାଇନି?
-କାଲି ସୁଦ୍ଧା ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରନ୍ତୁ

ସେପଟେ ଶୁଣାଣୀ ପରେ ଦେଶର ବିଭିନ୍ନ ଏସବିଆଇ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ । ବ୍ୟାଙ୍କ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରି ଜୋରଦାର ବିରୋଧ ପ୍ର୍ରଦର୍ଶନ କରିଛି ଦଳ ।

ଫେବୃଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡକୁ ଅସିଦ୍ଧ ଘୋଷଣା କରିବା ସହିତ ସମସ୍ତ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହା ଏକ ଗୁପ୍ତ ପ୍ରକ୍ରିୟା, ସମସ୍ତ ତଥ୍ୟ ଦାଖଲ କରିବାକୁ ୪ମାସ ସମୟ ଲାଗିବ ବୋଲି କୋର୍ଟଙ୍କୁ କହିଥିଲେ ଏସବିଆଇ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ । ହେଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏସ୍ବିଆଇ ଉପରେ ବର୍ଷିବା ସହ ତାଙ୍କୁ ମଙ୍ଗଳବାର ଭିତରେ ତଥ୍ୟ ଦେବାକୁ କହିଛନ୍ତି ।