ଜ୍ଞାନବାପୀ ମସଜିଦ ମାମଲା । ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

92

କନକ ବ୍ୟୁରୋ : କୋର୍ଟଙ୍କ ସର୍ଭେ ନିର୍ଦ୍ଦେଶ ପରେ ଜ୍ଞାନବାପୀ ମସଜିଦ ଭିତରୁ କଣ ବାହାରିଲା ସେନେଇ କୋର୍ଟରେ ତଥ୍ୟ ଉପସ୍ଥାପନା କରିଛନ୍ତି ହିନ୍ଦ ପକ୍ଷର ଓକିଲ ଅଜୟ ମିଶ୍ର । ଅଜୟ ମିଶ୍ର କହିଛନ୍ତି ପଦ୍ମ, ତ୍ରିଶୁଳ, ସାପର ଫଣ୍ଡା ଭଗ୍ନାବେଶ ଓ ଅନେକ ଦେବାଦେବୀଙ୍କ ମୂର୍ତ୍ତି ମିଳିଥିବା କୋର୍ଟରେ କହିଛନ୍ତି ଓକିଲ ଅଜୟ ମିଶ୍ରା ଏହି ସବୁ ବହୁ ବର୍ଷ ପୁରୁଣା ବୋଲି କୋର୍ଟରେ କହିଛନ୍ତି ଅଜୟ ମିଶ୍ର । ମସଜିଦ ଭିତରେ ୩ଦିନ ଧରି ଭିଡିଓ ଗ୍ରାଫି ସର୍ଭେ କରାଯାଇଥିଲା ।

ପୂର୍ବରୁ ମସଜିଦ ଭିତରୁ ଏକ ଶିବଲିଙ୍ଗ ମିଳିଥିବା ହିନ୍ଦୁପକ୍ଷ ଦାବି କରୁଥିବାବେଳେ ଏହାକୁ ଫୁଆରା କହିଛି ମୁସଲିମ ପକ୍ଷ । ସେପଟେ ସୁପ୍ରିମକୋର୍ଟରେ ଆଜିି ମାମାଲାର ପୁଣି ଶୁଣାଣି ହେବ ବୋଲି ଜଣାପଡିଛି । କୁହାଯାଉଛି ଭଗବାନ ଶିବଙ୍କ ବାହାନ ବୃଷବ ଠାବ ହୋଇଥିବା ଶିବଲିଙ୍ଗ ଆଡକୁ ଚାହିଁ ରହିଛନ୍ତି । ତେଣୁ ସେଠାରେ ଶିବ ଲିଙ୍ଗ ଥିବା ଦାବି କରୁଛନ୍ତି ହିନ୍ଦୁ ପକ୍ଷ । କାଶୀ ବିଶ୍ୱନାଥ କରିଡର ପାର୍ଶରେ ଥିବା ଏହି ମନ୍ଦିରକୁ ପୂର୍ବରୁ ମୁସଲିମ ଶାସକମାନେ ଭାଙ୍ଗି ସେଠାରେ ସମଜିଦ କରାଯାଇଥିବା ଦାବି କରିଛନ୍ତି ହିନ୍ଦୁ ଧର୍ମାବଲମ୍ବୀ । ଆଜି ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କର ନଜର ।