ଫର୍ମକୁ ଫେରିଲେ ବିରାଟ କୋହଲି : ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୭୩ ରନର ଇନିସ୍ ଖେଳି ମ୍ୟାଚ ଜିତାଇଲେ ପୂର୍ବତନ କ୍ୟାପଟେନ୍

358

କନକ ବ୍ୟୁରୋ : ଫର୍ମକୁ ଫେରିଲେ ବିରାଟ କୋହଲି । ଗତକାଲି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୫୪ ବଲରୁ ୭୩ ରନ କରି ମ୍ୟାଚ ଜିତାଇଇଛନ୍ତି କୋହଲି । ଗୁଜୁରାଟ ଟାଇଟନ୍ସକୁ ୮ ୱିକେଟରେ ହରାଇ ପ୍ଲେ ଅଫ୍ର ଆଶା ଉଜ୍ଜୀବୀତ ରଖିଛି ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ।

ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୮ ରନ ସଂଗ୍ରହ କରିଥିଲ । ପରେ ଦୁଇ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା ବାଙ୍ଗାଲୋର । ତେବେ ଆଇପିଲଏ ପ୍ଲେ ଅଫରେ ଗୁଜୁରାଟ ପ୍ରଥମ ସ୍ଥାନରେ ରହିଥିବା ବେଳେ ଲକ୍ଷ୍ନୌ ଦ୍ୱିତୀୟ ସ୍ଥାନରେ ରହିଛି । ରାଜସ୍ଥାନ ରୟାଲ୍ସ ହାତରେ ଆହୁରୀ ଗୋଟିଏ ମ୍ୟାଚ ଥିବା ବେଳ ଦଳ ତୃତୀୟ ସ୍ଥାନରେ ରହିଛି ।

ଚତୁର୍ଥ ସ୍ଥାନରେ ବାଙ୍ଗାଲୋର ରହିଥିଲେ ମଧ୍ୟ ପ୍ଲେ ଅଫରେ ଆଶା କମ ରହିଛି । କାରଣ ଦିଲ୍ଲୀ କ୍ୟାପିଟାଲ୍ଓ ହାତରେ ଆହୁରୀ ଗୋଟିଏ ମ୍ୟାଚ ଅଛି । ଯଦି ଦିଲ୍ଲୀ ମ୍ୟାଚ ଜିତୁଛି ତେବେ ବାଙ୍ଗାଲୋର ପ୍ଲେ ଅଫରୁ ବାଦ ପଡିବା ଏକପ୍ରକାର ନିଶ୍ଚିତ । କାରଣ ବାଙ୍ଗାଲୋର ତୁଳନାରେ ଦିଲ୍ଲୀର ରନ ରେଟ ଅଧିକ ରହିଛି । ଏହି ୫ଟି ଟିମ ମଧ୍ୟରୁ ୪ ଟି ଟିମ୍ ପ୍ଲେ ଅଫକୁ ଯିବା ନିଶ୍ଚିତ ହୋଇଯାଇଛି ।

କିନ୍ତୁ ଏବେବି ଦ୍ୱିତୀୟ ସ୍ଥାନ ପାଇଁ ଟକ୍କର ଜାରି ରହିଛି । ଲକ୍ଷ୍ନୌ ଦ୍ୱିତୀୟରେ ରହିଥିଲେ ମଧ୍ୟ ଯଦି ରାଜସ୍ଥାନ ମ୍ୟାଚ ଜିତୁଛି ତେବେ ସେ ଦ୍ୱିତୀୟ ସ୍ଥାନକୁ ଆସିବାର ସୁଯୋଗ ରହିଛି । ଆଜି ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମୁକାବିଲା ।