ବ୍ରିଟେନରେ ରାହୁଲଙ୍କ ବୟାନକୁ ନେଇ ସଂସଦରେ ଘେରିଲା ବିଜେପି : ଦେଶବାସୀଙ୍କୁ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ

113

କନକ ବ୍ୟୁରୋ : ବ୍ରିଟେନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଆଜି ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି । ବିଦେଶ ମାଟିରେ ଭାରତର ଛବି ଖରାପ କରିବାକୁ ବିରୋଧ ଦଳର ନେତା ଏଭଳି ବୟାନ ଦେଇଥିବା ବିଜେପି ଅଭିଯୋଗ ଆଣିଛି । ରାଜ୍ୟସଭାରେ ପିୟୁଷ ଗୋୟଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉ ବୋଲି ଦାବି କରିଛନ୍ତି ।

ଏଥିସହ ରାହୁଲ ଗାନ୍ଧୀ ଦେଶବାସୀ ଓ ଭାରତୀୟ ସେନାଙ୍କୁ କ୍ଷମା ମାଗନ୍ତୁ ବୋଲି ପିୟୁଷ ଗୋୟଲ ରାଜ୍ୟ ସଭାରେ ଦାବି କରିଛନ୍ତି । ଅନ୍ୟପଟେ ଏହାର ଜବାବ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବୟାନର ଭିନ୍ନ ଅର୍ଥ ବାହାର କରାଯାଉଛି । ଏହାକୁ କଂଗ୍ରେସ ନିନ୍ଦା କରୁଛି ବୋଲି କହିଛନ୍ତି ଖଡଗେ । ଏହାକୁ ନେଇ ହଟ୍ଟଗୋଳ ପରେ ରାଜ୍ୟସଭାକୁ ଦିନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।