ଚର୍ଚ୍ଚାରେ ରାଣୀ ଜିନା ପ୍ରିୟଙ୍କା ଜେଠୀ : ବୁଲେଟ ଚଲାଇ ଦେଖାଉଛନ୍ତି ଦୁଃସାହସିକ ଷ୍ଟଣ୍ଟ

149

କନକ ବ୍ୟୁରୋ : ର୍ଚ୍ଚାରେ ବୁଲେଟ ରାଣୀ ଜିନା ପ୍ରିୟଙ୍କା ଜେଠୀ । ଫକୀରମୋହନ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଆସିଷ୍ଟାଂଟ ପ୍ରଫେସର ହେଉଛନ୍ତି ଜିନା । ତେବେ ଜିନା ଫରମେସନ୍ ରାଇଡିଂ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଖାଲି ଫରେମେସନ ରାଇଡିଂ ନୁହେଁ ଜିନା ଅଗ୍ନିକୁଣ୍ଡଳୀ ମଧ୍ୟରେ ବୁଲେଟ୍ ଚଲାଇ ଦେଖାଉଛନ୍ତି ଦୁଃସାହାସିକ ଷ୍ଟଂଟ୍ ।

ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଶ୍ୱ ମହିଳା ଦିବସ ଅବସରରେ ଜିନା ବିଶ୍ୱ ବିଦ୍ୟାଳୟର କିଛି ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇ ଫରମେସନ୍ ରାଇଡିଂ କରିଥିଲେ । ଯେଉଁଥିରେ ଜିନା ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦେଇ ହେଲମେଟ୍ ବ୍ୟବହାର ଓ ମହିଳା ବି ସବୁ କିଛି କରିପାରେ ବୋଲି ସଚେତନତାର ବାର୍ତ୍ତା ଦେଇଥିଲେ । ଏଭଳି ରାଇଡିଂ ବିଶ୍ୱବିଦ୍ୟାଳୟରେ ପ୍ରଥମ କରି ହୋଇଥିଲା । ଯାହାକୁ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଜଗବନ୍ଧୁ ଜେଠୀ ଓ ଅପନ୍ନା ଜେଠୀଙ୍କ ଝିଅ ହେଉଛନ୍ତି ଜିନା । କଲେଜ ସମୟରେ ଜିନା ଫରମେସନ୍ ରାଇଡିଂ କରିବା ସହିତ ଛାତ୍ରୀମାନଙ୍କ ଟିମର କମାଣ୍ଡର ଥିଲେ । ପ୍ରତିବର୍ଷ ରାଜ୍ୟ ପରେଡ଼ରେ ଜିନା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇ ବିଭିନ୍ନ ରାଇଡିଂ କରୁଥିଲେ । ପାଖାପାଖି ୬ରୁ ୭ ବର୍ଷ ପରେଡରେ ନିଜର କମାଲ ଦେଖାଇଛନ୍ତି ଜିନା । ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଛି ।