ଆଇପିଏସ ସ୍ତରରେ ଅଦଳ ବଦଳ, ବୋଥ୍ରା ଓ ଅମିତାଭଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

88

କନକ ବ୍ୟୁରୋ : ଆଇପିଏସ ଓ ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଏହି କ୍ରମରେ ଦିପ୍ତେଶ ପଟ୍ଟନାୟକଙ୍କୁ ଓଏସଆଟିସିର ସିଏମଡି ଦାୟିତ୍ୱ ମିଳିଛି । ଏହାସହ ସେ ଆଜି (ଜେଲ) ବିଭାଗ ସହ ଅତିରିକ୍ତ ଦାୟିତ୍ୱରେ ରହିବେ । ସେହିଭଳି ଅରୁଣ ବୋଥ୍ରାଙ୍କୁ କ୍ରୁଟର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏହାସହ ସେ ସିଆଇଡି-ସିବିର ଏଡିଜିପି ମଧ୍ୟେ ରହିବେ । ଅନ୍ୟପଟେ କ୍ରୁଟ ଦାୟିତ୍ୱରେ ଥିବା ବିଜୟ ଅମ୍ରୁତ କୁଲାଙ୍ଗେଙ୍କୁ କ୍ରୁଟ ଦାୟିତ୍ୱରୁ ହଟାଇ ଦିଆଯାଇଛି ।