ପୁଣି ଶ୍ରୀଲଙ୍କାରେ ଲାଗୁ ହେଲା ଜରୁରୀକାଳୀନ ପରିସ୍ଥିତି : ଦେଶବାସୀଙ୍କୁ ସମ୍ବୋଧିତ କରି କାରଣ ଜଣାଇଲେ କାମଚଳା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ

79

କନକ ବ୍ୟୁରୋ : ଶ୍ରୀଲଙ୍କାରେ ୪ମାସ ଭିତରେ ୬ଥର ପାଇଁ ଲାଗିଲା ଏମରଜେନ୍ସି । କାର୍ଯ୍ୟକାରୀ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ଏମରଜେନ୍ସି ଲଗାଇଛନ୍ତି । ରାଜପତ୍ର ଜାରି କରି ବିକ୍ରମସିଂଘେ କହିଛନ୍ତି କି ଦେଶର ଭୟଙ୍କର ଆର୍ଥିକ ସଙ୍କଟ ଓ ଅରଜକତାକୁ ଦୃଷ୍ଟିରେ ରଖି ଏମରଜେନ୍ସି ଘୋଷଣା କରାଯାଉଛି ।

ସେପଟେ ଜୁଲାଇ ୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କା ସଂସଦ ଭବନରେ ପ୍ରସ୍ତୁତି ଚାଲିଛି । ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତପା ଦେବା ପରେ ଶ୍ରୀଲଙ୍କାରେ ନୂଆ ସରକାର ଗଠନ ପାଇଁ ଜୋରଦାର ହେଉଛି ପ୍ରସ୍ତୁତି । ସେପେଟ ମଙ୍ଗଳବାର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା କରାଯିବ ।