ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ : ଓଏଲଏକ୍ସରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଂଚିଯାଉଥିଲା ସ୍ମାର୍ଟ ଚୋର

ଟେଷ୍ଟ ଡ଼୍ରାଇଭ କରିବା ବାହାନାରେ ଗାଡ଼ି ନେଇ ମାରୁଥିଲା ଚମ୍ପଟ; ଧରିଲା କମିଶନରେଟ ପୋଲିସ, ୧୧ ଚୋରା ଗାଡ଼ି ଜବତ

157

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଲୁଟେରା । କେତେବେଳେ ଯୁବତୀଙ୍କ ମୋବାଇଲକୁ ଝାମ୍ପି ନେଉଛନ୍ତି କେତେବେଳେ ବାଇକ୍ ଚୋରୀ କରୁଛନ୍ତି । ସାଧାରଣରେ ଲୋକେ ଅନଲାଇନ ଜିନିଷ କିଣା ବିକାକୁ ଏବେ ବେଶ ପସନ୍ଦ କରୁଛନ୍ତି । ନିଜ ଗାଡ଼ି ହେଉ କି ଅନ୍ୟ କିଛି ଜିନିଷ ସହଜରେ ଅନଲାଇନରେ ବିକ୍ରି ହୋଇପାରୁଛି । ହେଲେ ଆପଣଙ୍କୁ ଲୁଟିବାକୁ ନୂଆ ଚାଲ ବିଛାଉଛନ୍ତି ଲୁଟେରା ।

ସେହିପରି ଜଣେ ବ୍ୟକ୍ତି ନିଜ ଗାଡ଼ି ବିକ୍ରି କରିବାକୁ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ । ଓଏଲଏକ୍ସ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଂଚି ଯାଇଥିଲେ ମାଷ୍ଟର ଚୋର । ଆଉ ଟେଷ୍ଟ ଡ୍ରାଇଭ କରିବା ବାହାନାରେ ଗାଡ଼ି ଧରି ଫେରାର ହୋଇଯାଇଥିଲା ସ୍ମାର୍ଟ ଚୋର । ହେଲେ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି ଏହି ଗାଡ଼ି ଚୋର । ଗାଡ଼ି ଲୁଟେରା ଠାରୁ ୧୧ଟି ଗାଡ଼ି ଧରାପଡ଼ିଛି । ଏହି ଚୋରା ଗାଡ଼ିକୁ ନେଇ ଲୋକମାନଙ୍କୁ ଅଳପ ଟଙ୍କାରେ ବିକୁଥିଲେ ଚୋର ।