କଳାହାଣ୍ଡି କୋକସରା ଖପ୍ରାମାଲ ଗାଁରେ ଅଘଟଣ : ଘରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଯୁବତୀ; ଗ୍ୟାସ ଲିକେଜରୁ ଘରେ ନିଆଁ ଲାଗିଥିବା ସନ୍ଦେହ

132

କନକ ବ୍ୟୁରୋ : କଳାହାଣ୍ଡି କୋକସରା ଖପ୍ରାମାଲ ଗାଁରେ ଅଘଟଣ । ଘରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଯୁବତୀ । ମୃତ ଯୁବତୀ ଜଣକ ହେଲେ ଟୁଇଙ୍କଲ କନ୍ଦପାନ । ଯୁବତୀଙ୍କ ବୟସ ୨୩ ବର୍ଷ ବୋଲି ଜଣାପଡ଼ିଛି । କିଭଳି ନିଆଁ ଲାଗିଲା ତାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ଗ୍ୟାସ ଲିକେଜରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ରାଜସ୍ୱ ନିରିକ୍ଷକ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।

ସେପଟେ ନିଆଁ ଲାଗି ଘରର ଆସବାବପତ୍ର, ଖଟ ଓ ଦେଢ଼ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ଘଟଣା ସ୍ଥଳରେ ପୁଲିସ ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ଗ୍ୟାସ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ବୋଲି ରାଜସ୍ୱ ନିିିିିିିିରୀକ୍ଷକ କହିଛନ୍ତି । ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।