ଘରେ ପହଞ୍ଚିବା ପୂର୍ବରୁ ଟେକିନେଲା ଜମ । ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଶିବ ଶଙ୍କରଙ୍କ ଜୀବନ, ଭାଙ୍ଗିପଡିଛି ପୂରା ପରିବାର

1,368

କନକ ବ୍ୟୁରୋ : ମାତ୍ର ୧୦ ମିନିଟ୍ ପରେ ଠିକଣାସ୍ଥଳରେ ପହଂଚିଥାନ୍ତେ । ଘରକୁ ପହଂଚିବା ପୂର୍ବରୁ ଝିଅ ସହ ଫୋନରେ କଥା ହୋଇଥିଲେ । ଆଉ କିଛି ଘଂଟା ପରେ ଘରକୁ ଯିବେ ବୋଲି କହିଥିଲେ । ହେଲେ, ସେ ଘରକୁ ପହଂଚିବା ତ’ ଦୂରର କଥା, ଜୀବନ୍ତ ବି ଫେରିପାରିଲେ ନାହିଁ । ଏହି କାହାଣୀ ହେଉଛି, ଯାଜପୁର ଜିଲ୍ଲା ଶିବ ଶଙ୍କର ସାହୁଙ୍କର ।

ପେଶାରେ ଲୁଗା ବ୍ୟବସାୟୀ ଥିବା ଶିବ ଶଙ୍କର ପ୍ରତିଥର ଭଳି ଏଥର ବି କଲିକତା ଯାଇଥିଲେ ଲୁଗା ଆସିଲେ ବ୍ୟବସାୟ କରିବେ । ହେଲେ ନାଁ ଲୁଗା ପହଂଚିପାରିଲା ନା’ ସେ ପହଂଚିପାରିଲେ । ଦୁର୍ଭାଗ୍ୟ ଦେଖନ୍ତୁ ଯେତେଥର ବି ସେ ବ୍ୟବସାୟିକ କାମରେ କଲିକତା ଯାଉଥିଲେ, ସବୁ ବେଳେ ଜନ ସତାବ୍ଦୀ ଏକ୍ସପ୍ରେସରେ ଯାଉଥିଲେ । ହେଲେ, ଠିକ୍ ଦୁର୍ଘଟଣା ଘଟିବା ଦିନର କିଛି ଘଂଟା ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସରେ ଘରକୁ ଫେରିବାକୁ ନିଷ୍ପତି ନେଇଥିଲେ । ଶିବ ଶଙ୍କର ଘରକୁ ଫେରୁଥିବା ଜାଣି ପରିବାର ଲୋକ ଖୁସି ଥିଲେ । ହେଲେ ଘରକୁ ପହଂଚିବା ପୂର୍ବରୁ ଯେଉଁ ସମ୍ବାଦ ଆସିଥିଲା, ତାହା ପରିବାରକୁ ଦୋହଲାଇ ଦେଇଥିଲା । କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଶହ ଶହ ଲୋକଙ୍କ ମୃତ୍ୟୁର ଖବର ଆସୁଥିବାରୁ ପରିବାର ଲୋକ ପୁରା ଭାଙ୍ଗିପଡ଼ିଥିଲେ । ଆଉ ସତକୁ ସତ ସେଇଆ ହୋଇଥିଲା, ଖବର ଆସିଲା ଶିବଶଙ୍କର ସାହୁଙ୍କର ଦୁର୍ଘଟଣାରେ ଦେହାନ୍ତ ହୋଇଛି ।