ରକ୍ତଦାନ କଲେ ଅଭିନେତା ବାବୁସାନ । ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଛି ରକ୍ତ

332

କନକ ବ୍ୟୁରୋ : ରକ୍ତ ଦାନ କଲେ ବାବୁସାନ । ଓଲିଉଡ଼ ଅଭିନେତା ବାବୁସାନଙ୍କ ସମେତ ଅଭିନେତ୍ରୀ ସୂର୍ଯ୍ୟମୟୀ, ଶିବାନି ମଧ୍ୟ ରକ୍ତ ଦାନ କରିଛନ୍ତି । ହାଇଟେକ୍ ମେଡ଼ିକାଲ କଲେଜରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ମନସ୍ତତ୍ୱବିତ୍ ତଥା ସାମାଜିକ କର୍ମୀ ଡାକ୍ତର ଅମିତ ପାଟଯୋଶୀ ଏହି କାର୍ଯ୍ୟରେ ପ୍ରମୁଖ ସହଯୋଗୀ ଥିଲେ ।

ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆହତ ଓ ଗୁରତର । ସେମାନଙ୍କର ରକ୍ତ ଆବଶ୍ୟକତା ହେଉଥିବା ବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ରକ୍ତ ଦେବାକୁ ଆଗେଇ ଆସୁଛନ୍ତି । ଅନେକ ବ୍ୟକ୍ତି ମଧ୍ୟ ସ୍ୱେଚ୍ଛକୃତ ରକ୍ତଦାନ କରୁଛନ୍ତି । ଏହାରି ଭିତରେ ରକ୍ତଦାନ ଭଳି ମହତ କାମ କରିବା ପାଇଁ ଆଗେଇ ଆସିଛନ୍ତି ଓଲିଉଡ଼ ଅଭିନେତା ଓ ଅଭିନେତ୍ରୀ ।