ଜେଲରୁ ବାହାରିବାକୁ ଚାହୁଁନି ଶ୍ରଦ୍ଧା ମର୍ଡର କେସ୍ ଅଭିଯୁକ୍ତ ଆଫତାବ୍ । କୋର୍ଟରୁ ଫେରାଇ ନେଲା ଜାମିନ୍ ଆବେଦନ

165

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସର ଅଭିଯୁକ୍ତ ଆଫତାବ୍ ନିଜ ଜାମିନ ଆବେଦନକୁ ଫେରାଇ ନେଇଛି । ଏହି ସୂଚନା ଦେଇଛନ୍ତି ଆଫତାବଙ୍କ ଓକିଲ । ଆଫତାବଙ୍କ ସହ ୫୦ ମିନିଟ ଧରି ଆଲୋଚନା ପରେ ନିଜ ଜାମିନ୍ ଆବେଦନକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିଲା ଆଫତାବ ।

ଏହାପୂର୍ବରୁ ଡିସେମ୍ବର ୧୭ରେ ସାକେତ କୋର୍ଟସ୍ଥିତ ଅତିରିକ୍ତି ସେସନ୍ ଜଜ୍ ବୃନ୍ଦା କୁମାରୀଙ୍କ ନିକଟରେ ଅଫତାବକୁ ଭିଡିଓ କନଫରେନ୍ସ ଜରିଆରେ ହାଜର କରାଯାଇଥିଲା। ଏହି ସମୟରେ ଅଫତାବ କୋର୍ଟଙ୍କୁ କହିଥିଲା ଯେ, ସେ ନିଜ ପାଇଁ ଜାମିନ ଆବେଦନ କରିବାକୁ ଚାହୁଁ ନାହିଁ କି ସେ କୌଣସି ଜାମିନ ଆବେଦନ କରିନାହିଁ। ଏହା ତା’ର ଓକିଲଙ୍କ ତରଫରୁ କରାଯାଇଛି ।

ଏହା ପରେ କୋର୍ଟ କହିଛନ୍ତି : ‘ଏଥିପାଇଁ ଅଫତାବଙ୍କ ସମ୍ମତି ନିହାତି ଆବଶ୍ୟକ। ସେଥିପାଇଁ ଅଫତାବ ଓକିଲଙ୍କ ସହ କଥା ହେବା ପରେ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଛି। ଏହା ପରେ କୋର୍ଟ ଏହି ଆବେଦନକୁ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଥିଲେ ଏବଂ ମାମଲାର ଶୁଣାଣି ଖାରଜ କରିଦେଇଥିଲେ’।