ଗୋବିନ୍ଦଙ୍କ ଆତ୍ମହତ୍ୟାର ହେଉ ସିବିଆଇ ତଦନ୍ତ । ଧର୍ମେନ୍ଦ୍ର କହିଲେ, ହାଜତ ମୃତ୍ୟୁ ଆଦୌ ଭଲ ଲକ୍ଷଣ ନୁହେଁ, ଯାହା ଅଧିନରେ ଗୃହ ବିଭାଗ ଅଛି ସେମାନେ ଉତ୍ତର ଦେବା ଉଚିତ୍ ।

87

କନକ ବ୍ୟୁରୋ : ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ରାଜ୍ୟରେ ଚହଳ ପକାଇଥିବା ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେତେବେଳେ ହାଜତ କିମ୍ବା ଜେଲରେ ମୃତ୍ୟୁ ହୁଏ, ସେତେବେଳେ ଅନେକ ପ୍ରଶ୍ନ ଉଠେ । ଏହା ଯୋଜନାବଦ୍ଧ ମୃତ୍ୟୁ ନା ସଂଯୋଗ ତାହା ପରବର୍ତୀ ଅନୁସନ୍ଧାନର ବିଷୟ । କିନ୍ତୁ ହାଜତ ମୃତ୍ୟୁ ଆଦୌ ଭଲ ଲକ୍ଷଣ ନୁହେଁ ।

ଗୃହ ବିଭାଗ, ଆଇନ ବିଭାଗ, ଯେଉଁମାନଙ୍କ ଅଧିନରେ ପୋଲିସ ବିଭାଗ ରହିଛି, ସେମାନେ ଏନେଇ ଉତ୍ତର ଦେବା ଉଚିତ୍ । ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ ନ୍ୟାୟ ସଙ୍ଗତ ହେବା ଉଚିତ୍ । ସେହିପରି ମମିତା ମେହେର ମାମଲାରେ ବି ଡିଏନଏ ରିପୋର୍ଟ ଅସାମଞ୍ଜସ୍ୟ ଆସିବା ଘଟଣାକୁ ଆହୁରି ରହସ୍ୟମୟ କରୁଛି । ରାଜ୍ୟ ସରକାର ଏହାର ନିରପେକ୍ଷ ତଦନ୍ତ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।