କନକ ବ୍ୟୁରୋ : ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲର ଉଭୟ ପଲିଗ୍ରାଫ ଓ ନାର୍କୋଟେଷ୍ଟ ସରିବା ପରେ ଶୁକ୍ରବାରଠୁ ତିହାଡ଼ ଜେଲରେ ଆରମ୍ଭ ହୋଇଛି ଜେରା । ସୂଚନା ମୁତାବକ ଏଫଏସଏଲ ଟିମର ୪ଜଣ ସଦସ୍ୟ ତିହାଡ଼ ଜେଲରେ ପହଁଚିଛନ୍ତି । ଏହି ସଦସ୍ୟମାନେ ଉଭୟ ଟେଷ୍ଟର ରିପୋର୍ଟ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି ଆଉ ଏହି ରିପୋର୍ଟକୁ ଆଧାର କରି ଚାଲିଛି ପଚରାଉଚରା । ପଲିଗ୍ରାଫ ଓ ନାର୍କୋଟେଷ୍ଟରେ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିଥିବା ସ୍ୱିକାର କରିଛି । ସୂଚନା ଅନୁସାରେ ଯଦି ଆବଶ୍ୟକ ପଡେ ତେବେ ଅଫତାବର ବ୍ରେନ ମ୍ୟାପିଂ କରାଯାଇପାରେ । ଏହା ପାଇଁ ପୁଲିସଙ୍କୁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଛି । ସେପଟେ ତଦନ୍ତ ପ୍ରକିୟାରେ ସାମିଲ ଜଣେ ଅଧିକାରୀ ନ୍ୟୁଜ ଏଜେନ୍ସି ଏନଆଇଏକୁ ଦେଇଥିବା ସୂଚନା ଅନୁସାରେ
Kanak News is now on WhatsApp
Join and get latest news updates delivered to you via WhatsApp
ଅଫତାବକୁ ନେଇ ବଢୁଛି ସନ୍ଦେହ:
• ଅଫତାବ ବେଶ ଚତୁରତାର ସହ ପ୍ରଶ୍ନର ଉତର ଦେଉଛି
• ସବୁ ଦୋଷକୁ ବହୁ ସହଜରେ ସ୍ୱିକାର କରୁଛି
• ସବୁ ପ୍ରକାର ଟେଷ୍ଟ ପାଇଁ ତୁୁରନ୍ତ ରାଜି ଅଛି
• ଜେରା ସମୟରେ ବେଶ ଚିନ୍ତାଶୂନ୍ୟ ବ୍ୟବହାର କରୁଛି
• ଆତ୍ମବିଶ୍ୱାସର ସହ ସବୁ ପ୍ରଶ୍ନର ଉତର ଦେଉଛି
• ଏଭଳି ବ୍ୟବହାରକୁ ନେଇ ସହେହ କରୁଛନ୍ତି ଯାଂଚ ଅଧିକାରୀ
ଯାଂଚ ଅଧିକାରୀ ଏକଥା ମଧ୍ୟ କହିଛନ୍ତି କି ମାଷ୍ଟରମାଇଣ୍ଡ ଅଫତାବର ସବୁ କଥାର ସହଜରେ ବିଶ୍ୱାସ କରି ହେଉନି । କୌଣସି ସମୟରେ ମାମଲାରେ ମୋଡ ବଦଳିପାରେ ବୋଲି ତଦନ୍ତକାରୀ ସଂସ୍ଥା ଆଶଙ୍କା ପ୍ରକାଶ କରିଛି । ଯଦି ନାର୍କୋଟେଷ୍ଟ ଫେଲ ରୁହେ ତେବେ ଆଗକୁ ହୋଇପାରେ ବ୍ରେନ ମ୍ୟାପିଂ । ଏଥିସହ ଅଫତାବ ସାଙ୍ଗ, ସାଥୀ, ବାନ୍ଧବୀ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ଜେରା କରିବା ପାଇଁ ଯୋଜନା କରୁଛି ଉଭୟ ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ୍ ।