ଶରଦ ପାୱାରଙ୍କ ବଡ ଘୋଷଣା । ଛାଡିଲେ ଏନସିପିର ଅଧ୍ୟକ୍ଷ ପଦ । କିଏ ହେବ ନୂଆ ଏନସିପି ଅଧ୍ୟକ୍ଷ?

332

କନକ ବ୍ୟୁରୋ: ଏନସିପିର ଅଧ୍ୟକ୍ଷ ପଦ ଛାଡିଲେ ଶରଦ ପାୱାର । ମହାରାଷ୍ଟ୍ର ନେତା ତଥା ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଶରଦ ପାୱାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ତେବେ ଶରଦଙ୍କ ଇସ୍ତଫା ଏପରି ସମୟରେ ଆସିଛି, ଯେଉଁ ସମୟରେ ପାର୍ଟିରେ ସବୁକିଛି ଠିକ୍ ନଥିବା ନେଇ ସୂଚନା ମିଳୁଛି । ପୂର୍ବରୁ କୁହାଯାଉଥିଲା ଯେ, ଦଳର ନେତା ଅଜିତ୍ ପାୱାର କିଛି ଏନସିପି ବିଧାୟକଙ୍କୁ ନେଇ ବିଜେପି ସହ ମିଶିପାରନ୍ତି । ମହାରାଷ୍ଟ୍ରରେ ସିନ୍ଧେ ଗୋଷ୍ଠୀକୁ ବାଦ୍ ଦେଇ ଏନସିପି ସହ ମିଶି ବିଜେପି ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଏହି ସବୁ ଚର୍ଚ୍ଚା ଭିତରେ ମଙ୍ଗଳବାର ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାର ଇସ୍ତଫା ଦେଇଛନ୍ତି ।

ଅନ୍ୟପଟେ ଶରଦଙ୍କ ପରେ କିଏ ଦଳର ନେତୃତ୍ୱ ନେବ? କିଏ ଦଳର ଅଧ୍ୟକ୍ଷ ହେବ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଗୋଟିଏ ପଟେ ଅଜିତ୍ ପାୱାର ଏନସିପିର ନୂଆ ଅଧ୍ୟକ୍ଷ ହେବା ନେଇ ରେସରେ ଥିବାବେଳେ, ସୁପ୍ରିୟା ସୁଲେ ମଧ୍ୟ ଏନସିପି ଅଧ୍ୟକ୍ଷ ପଦ ପାଇଁ ରେସରେ ଥିବା ଜଣାପଡିଛି ।