୪୭ଲକ୍ଷ ଭାରତୀୟଙ୍କ ହ୍ୱାଟ୍ସଆପକୁ ବ୍ୟାନ୍ କଲା କମ୍ପାନୀ । ଜାଣନ୍ତୁ କଣ ରହିଛି କାରଣ

2,432

କନକ ବ୍ୟୁରୋ : ହ୍ୱାଟ୍ସଆପ୍ ଏପରି ଏକ ମେସେଜିଂ ଆପ୍ । ଯାହା ସାରା ଦୁନିଆର ଲୋକ ଏହାକୁ ବ୍ୟବହାର କରିଆସୁଛନ୍ତି । ହ୍ୱାଟ୍ସଆପବି ଲୋକଙ୍କ ଭରୋଷାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରହିଛି । ୟୁଜର୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମୟ ସମୟରେ ଫିଚର୍ସକୁ ଅପଡେଟ୍ ମଧ୍ୟ କରିଆସିଛି । ଆଉ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଛି । ପ୍ରତି ମାସରେ କମ୍ପାନୀ ପକ୍ଷରୁ ତାଲିକା ଜାରି କରାଯାଇଥାଏ । ଏହି ତାଲିକା ଅନୁସାରେ ନିୟମ ଭାଙ୍ଗୁଥିବା ଲୋକଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଦେଇଥାଏ କିମ୍ବା ସବୁ ଦିନ ପାଇଁ ବ୍ଲକ୍ କରିଦେଇଥାଏ । ଠିକ୍ ଏହିଭଳି ଘଟଣା ଏବେ ସାମ୍ନାକୁ ଆସିଛି ।

ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ, କମ୍ପାନୀ ମାସିକ ଅନୁପାଳନ ରିପୋର୍ଟ ପ୍ରଦାନ କରେ । ଚଳିତ ବର୍ଷ ମାର୍ଚ୍ଚର ମାସିକ ଅନୁପାଳନ ରିପୋର୍ଟରେ ଭାରତରେ ୪୭ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

କମ୍ପାନୀ ଗତ ସୋମବାର ଅନୁପାଳନ ରିପୋର୍ଟ ଜାରି କରିଥିଲା । ଅନୁପାଳନ ରିପୋର୍ଟ ଅନୁଯାୟୀ, ୧ତାରିଖରୁ ୩୧ ମାର୍ଚ୍ଚ ମଧ୍ୟରେ ୪୭,୧୫,୯୦୬ ହ୍ୱାଟ୍ସଆପ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ୟୁଜର୍ସଙ୍କ ସୁରକ୍ଷା ରିପୋର୍ଟ ଏବଂ ଅଭିଯୋଗ ରିପୋର୍ଟ ଆଧାରରେ ଏପରି ପଦକ୍ଷେପ ନିଆଯାଇଥିବା କମ୍ପାନୀ ତରଫରୁ କୁହାଯାଇଛି ।