ସୋମବାର ଚେନ୍ନାଇରେ ବସିବ ବିରୋଧୀଙ୍କ ମେଳି । ସାମାଜିକ ନ୍ୟାୟ ସମ୍ମିଳନୀ କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାର୍ଲିନ

150

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏକତାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା । ଏହା ଭିତରେ ତାମିଲନାଡୁର ଆସିଛି ବଡ ଖବର । ଏପ୍ରିଲ ୩ ତାରିଖ ଅର୍ଥାତ ସୋମବାର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିରୋଧୀ ଦଳଙ୍କୁ ନେଇ ବୈଠକ କରୁଛନ୍ତି । ଏହି ବୈଠକର ନାଁ ସାମାଜିକ ନ୍ୟାୟ ସମ୍ମିଳନୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ୨୦ ଦଳକୁ ନିମନ୍ତ୍ରଣ କରାଯାଇଛି ଓ ଅତିକମରେ ୧୪ ଦଳ ସାମିଲ ହେବା ସମ୍ଭାବନା ରହିଛି । ସବୁଠୁ ବଡ କଥା ହେଉଛି ଅଣବିଜେପି ଦଳଙ୍କ ସହ ଯେଉଁ ଦଳ ବିରୋଧୀ ମୋର୍ଚ୍ଚାରୁ ଦୂରେଇ ରୁହନ୍ତି ସେହି ଦଳ ମଧ୍ୟ ସାମିଲ ହୋଇପାରନ୍ତି । ଯେଉଁ ଦଳ ସମ୍ମିଳନୀରେ ପହଁଚିପାରିବେନୀ ସେମାନଙ୍କ ପାଇଁ ଭର୍ଚୁଆଲ ବୈଠକର ବ୍ୟବସ୍ଥା କରାଯାଇଛି ।