କାଣୀ ନଦୀ ପୁଣି ଦେଖାଇଲା ପ୍ରକୋପ । ଯାଜପୁର ଦଶରଥପୁରରେ ପଶିଲା ବନ୍ୟାପାଣି । ପ୍ରବଳ ସ୍ରୋତରେ ଧୋଇଗଲା ବ୍ରହ୍ମଚାରୀ ପାଟଣାରେ ଥିବା ଅସ୍ଥାୟୀ ବାଲିବନ୍ଧ ।

81

କନକ ବ୍ୟୁରୋ: ବନ୍ୟା ଆସିଲା ଘାଇ ହେଲା । ପ୍ରଶାସନ ପକ୍ଷରୁ ତୁରନ୍ତ ବାଲିବସ୍ତା ପକାଇ ଘାଇ ମରାମତି କରାଗଲା । ମାତ୍ର ୫ ଦିନ ପରେ କାଣୀ ନଦୀର ବଢୁଥିବା ପାଣି ସେହି ବାଲିବନ୍ଧକୁ ଭସେଇ ନେଇଛି । ଆଉ ବନ୍ୟା ପାଣି ଆଖପାଖ ଅଞ୍ଚଳରେ ମାଡି ଯାଇଛି । ଯାଜପୁର ଜିଲ୍ଲା ବ୍ରହ୍ମଚାରିପାଟଣାରେ କାଣୀ ନଦୀ ପୁଣି ପୁରୁଣା ଘାଇକୁ ମେଳିଛି । ଘାଇ ଦେଇ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ସେହି ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି ।

  • କାଣୀ ନଦୀରେ ଘାଇ ଆଣିଲା ସମସ୍ୟା
  • ଅଧା ମରାମତି ଘାଇ ଉପରେ ଚାଲିଲା ପାଣି
  • ବନ୍ୟା ଜଳରେ ଭାଙ୍ଗିଲା ଅସ୍ଥାୟୀ ବନ୍ଧ

ଯାଜପୁର ଦଶପଥପୁର ବ୍ଲକର ବ୍ରହ୍ମଚାରୀପାଟଣାରେ କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ବଢାଇଦେଇଛି । ଅଗଷ୍ଟ ୧୫ ତାରିଖରେ କାଣୀ ନଦୀରେ ଘାଇ ସୃଷ୍ଟି ହୋଇଥିଲା । ପ୍ରଶାସନ ଆସି ଅସ୍ଥାୟୀ କାଠପୋଲ ଉପରେ ବାଲିବସ୍ତା ପକାଇ ଘାଈକୁ ମରାମତି କରିଥିଲା । ହେଲେ ବଢୁଥିବା ବନ୍ୟାପାଣି ବାଲିବନ୍ଧକୁ ଭସାଇନେଇଛି । ଘାଇ ମରାମତି ସ୍ଥାନରେ ୫ରୁ ୬ ଫୁଟର ପାଣି ପ୍ରବାହିତ ହେଉଛି ।

  • ବ୍ରହ୍ମଚାରୀପାଟଣାକୁ ପଶୁଛି ପାଣି
  • ଜଳଘେରରେ ଗାଁ ସହ ଚାଷଜମିି

ବ୍ରହ୍ମଚାରୀପାଟଣାରେ ଅସ୍ଥାୟୀ କାଠପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଘାଇମୁହଁ ଦେଇ ଗାଁରେ ପଶିଯାଇଛି ପାଣି । ଫଳରେ ଆଖପାଖର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଛାତ ଉପରେ ଲୋକେ ଆଶ୍ରୟ ନେଇଛନ୍ତି ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଛି । ମଲ୍ଲିକାପୁର-ପାଲାସାହି ରାସ୍ତା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ବର୍ତ୍ତମାନ ଘାଇ ସ୍ଥାନରେ ପାଣି ବଢୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ମଧ୍ୟ ସ୍ଥିତି ଉପରେ ନଜର ରଖିଛି ।