ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ଜେରା । ଗ୍ୟାଙ୍ଗଷ୍ଟର ଦେଲା ଚାଂଚଲ୍ୟକର ବୟାନ

637

କନକ ବ୍ୟୁରୋ : ମୁହଁ ଖୋଲିଛି ଓ ଚାଂଚଲ୍ୟକର ତଥ୍ୟ ଦେଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ । ଏନଆଇଏ ଜେରା ସମୟରେ ଗ୍ୟାଙ୍ଗଷ୍ଟର ସେହି ସମସ୍ତଙ୍କ ନାଁ ପ୍ରକାଶ କରିଛି ଯେଉଁମାନଙ୍କୁ ସେ ହତ୍ୟା କରିବାକୁ ଚାହୁଁଛି । ଏହା ଭିତରେ ସବୁଠୁ ଆଗରେ ରହିଛି ଅଭିନେତା ସଲମାନ ଖାନ୍ । ୪ରୁ ୫ବର୍ଷ ହେବ ସେ ସଲମାନଙ୍କୁ ମାରିବାକୁ ଚାହୁଁଥିବା କହିଛି ଲରେନ୍ସ । କଡ଼ା ସୁରକ୍ଷାରେ ଥିବା ସଲମାନଙ୍କୁ ମୌକା ମିଳିବା ମାତ୍ରକେ ହତ୍ୟା କରିବ ବୋଲି ଏନଆଇଏ ଜେରାରେ କହିଛି । ଲରେନ୍ସର ତାଲିକାରେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଓ ହତ୍ୟାର ଶିକାର ହୋଇଥିବା ସିଦ୍ଦୁ ମୁସେୱାଲାଙ୍କ ଜଣେ ସହଯୋଗୀ ରହିଥିବା ଜଣାପଡିଛି । ସେପଟେ ଉତରପ୍ରଦେଶର ବହୁ ଚର୍ଚ୍ଚିତ ହତ୍ୟା ମାମଲା ଅତିକ-ଅସରଫ ହତ୍ୟା ମାମଲରେ ମଧ୍ୟ ଲରେନ୍ସ ବିଶ୍ନୋଇର ନାଁ ଯୋଡା ହୋଇଛି । ହତ୍ୟାର ବ୍ୟବହୃତ ପିସ୍ତଲ ଲରେନ୍ସ ଗ୍ୟାଙ୍ଗର ବୋଲି ସୂଚନା ରହିଛି ।