ଓଡ଼ିଶାରେ ବଙ୍ଗୀୟ ଶରାଣାର୍ଥୀଙ୍କ ଦୁଃଖ କାହାଣୀ: ୭୩ ବର୍ଷ ହେଲା ଚିଲିକା କୂଳରେ ଥାଇ ବି ମିଳିନି ଜାତିଗତ ପ୍ରମାଣ ପତ୍ର

90

କନକ ବ୍ୟୁରୋ: ୭୩ ବର୍ଷ ହେଲା ଚିଲିକା କୂଳବର୍ତୀ ଅଂଚଳରେ ରହୁଛନ୍ତି ୯୩୧ଟି ବଙ୍ଗୀୟ ଶରଣାର୍ଥୀ ପରିବାର । ହେଲେ ଆଜି ପର୍ଯ୍ୟନ୍ତ ଅନେକ ପରିବାରକୁ ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣପତ୍ର ମିଳୁନି । ସରକାରୀ ସୁବିଧା ସୁଯୋଗ ଏମାନଙ୍କ ପାଇଁ ସାତସପନ । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଅଗ୍ରାଧିକାର ଦେଉଥିବା ବେଳେ ଏହି ଶରଣାର୍ଥୀଙ୍କ ପାଇଁ ଉଦ୍ଧିଷ୍ଟ ୬ଟି ବିଦ୍ୟାଳୟରେ ଦୀର୍ଘ ବର୍ଷ ହେବ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ । ଏହି ଶରଣାର୍ଥୀମାନଙ୍କୁ ଦିଆଯାଇଥିବା ଚାଷ ଉପଯୋଗୀ ଜମିକୁ ସରକାରୀ ଜମି କହି ଛଡ଼ାଇ ନେଉଛି ଚିଲିକା ଉନ୍ନୟନ କର୍ତୃପକ୍ଷ । ଦୁଃଖ ଦୁର୍ଦ୍ଦଶାରେ ଜୀବନ କାଟୁଥିବାରୁ ୨୦୨୪ରେ କୋଡ଼ିଏ ହଜାରରୁ ଅଧିକ ପରିବାର ଭୋଟ ବର୍ଜନ କରିବାକୁ ଖୋର୍ଦ୍ଧା ଟାଙ୍ଗୀ ବ୍ଲକ ଅଧିନସ୍ଥ ସୁନ୍ଦରପୁର କଲୋନୀରେ ବଙ୍ଗୀୟ ଶରଣାର୍ଥୀ ଏକ ସଭା ଆୟୋଜିତ କରି ଚେତାବନୀ ଦେଇଛନ୍ତି ।