ଆଖୁରୁ ବାହାରିବ ଇଥାନଲ: ଆଉ ରହିବନି ଆଖୁ ଚାଷୀଙ୍କ ଆଖିରେ ଲୁହ

216

କନକ ବ୍ୟୁରୋ: ପୁଣି ଓଡିଶା ଆଖୁ ଚାଷୀଙ୍କ ମୁହଁରେ ଫୁଟିବ ହସ । ଆଖୁରୁ କେବଳ ଚିନି ନୁହେଁ ପ୍ରସ୍ତୁତ ହେବ ଇଥାନଲ । ଏହି ଇଥାନଲକୁ ଇନ୍ଧନ ଭାବେ ବ୍ୟବହାର କରାଯିବ । ପେଟ୍ରୋଲ ସହ ମିଶି ଗାଡିକୁ ଅଧିକ ଇନ୍ଧନ ଯୋଗାଇବାରେ ସହାୟକ ହେବ । ଫଳରେ ଚାଷୀ ଅଧି ରୋଜଗାର କ୍ଷମ ହେବ । କଟକ ଜିଲ୍ଲା ନିଆଳି ବ୍ଲକ ପ୍ରାଚୀ ମଣ୍ଡପରେ ଇଣ୍ଡିଆନ୍ ପୋଟାସ ଲିମିଟେଡ୍ କମ୍ପାନୀ ପକ୍ଷରୁ ଆଖୁ ଚାଷ ପାଇଁ ଫସଲ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ସଞିବି ସିହ୍ନା ,ଦୁର୍ଗାପ୍ରସାଦ ଦିବେଦି ଓ ନିଆଳି ବ୍ଲକର କୃଷି ଅଧିକାରୀ ସତ୍ୟବ୍ରତ ସିଂହ ଯୋଗ ଦେଇ ଆଖୁଚାଷ ଉପରେ ଆଲୋଚନା କରିଥିଲେ । ଆଖୁ ଚାଷ ଏକ ଅର୍ଥକାରୀ ଫସଲ । ଆମ ରାଜ୍ୟରେ ପ୍ରାୟ ୪୦ ହଜାର ହେକ୍ଟର ଜମିରେ ଆଖୁଚାଷ କରାଯାଉଛି । ରାଜ୍ୟରେ ଆଖୁର ହେକ୍ଟର ପ୍ରତି ହାରାହାରି ଉପô୍ାଦନ ପ୍ରାୟ ୭୦ ଟନ । ମୁଖ୍ୟତଃ ଜଳସେଚିତ ନିଗିଡା ଜମିରେ ଆଖୁ ଫସଲ ସବୁଠାରୁ ଭଲ ହୁଏ । କଟକ ଜିଲ୍ଲା ନିଆଳି ବ୍ଲକରେ ୫ଶହ ୨୦ ହେକ୍ଟର ଆଖୁଚାଷ କରାଯାଉଛି । କିପରି ଆଗକୁ ଏହି ଚାଷ ଅଧିକ ମାତ୍ରରେ କରାଯିବ ଏନେଇ ଚାଷିମାନଙ୍କୁ ବୁଝାଇଥିଲେ । ଆଖୁରୁ କେବଳ ଚିନି ବାହାରିବା କଥା ଆପଣ ଜାଣିଥିଲେ । ଯାହା ଫଳରେ ଆଖୁଚାଷ କରି ଚାଷୀ ଲାଭ ବାନ ହେଉ ନଥିବାବେଳେ ଏବେ ଆଖୁଚାଷୀଙ୍କ ପାଇଁ ଆସିଛି ଖୁସି ଖବର ।