କୋରାପୁଟ ପୋଷ୍ଟାଲ ନିଯୁକ୍ତିରେ ଜାଲ ସାର୍ଟିଫିକେଟ୍ ଅଭିଯୋଗ: ୩୨ ଜଣ ଚୟନ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି

570

କନକ ବ୍ୟୁରୋ: କୋରାପୁଟ ପୋଷ୍ଟାଲ ଡିଭିଜନ ଅନ୍ତର୍ଗତ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ୍ ଅଭିଯୋଗ । ମୋଟ ୩୨ ଜଣ ଚୟନ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଛି । ଏନେଇ ବରିଷ୍ଠ ଡାକ ଅଧିକ୍ଷକଙ୍କ ତରଫରୁ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଅଧିକାଂଶ ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଉତରପ୍ରଦେଶର ରହିଥିବା ବେଳେ କିଛି ଓଡ଼ିଶା ବୋର୍ଡ ସାର୍ଟିଫିକେଟ୍ ମଧ୍ୟ ଜାଲ ହୋଇଛି । ଆବେଦନ କରିଥିବା ପ୍ରାର୍ଥୀମାନେ ସବୁ ଓଡ଼ିଶାର । ମୁଖ୍ୟତଃ ବଲାଙ୍ଗିର, କୋରାପୁଟ, କଟକ ଓ ଅନ୍ୟ ଜିଲ୍ଲାର ରହିଥିବା ଜଣାପଡ଼ିଛି । ଅନେକ ପ୍ରାର୍ଥୀ ଅବେଦନ କରିଥିବା ବେଳେ ସେଥିରୁ କୋଟାପୁଟ ଡିଭିଜନ ପାଇଁ ୩୨ ଜଣ ଚୟନ ହୋଇଥିଲେ । ଏହି ଚୟନ ପ୍ରକ୍ରିୟାରେ ପୋଷ୍ଟାଲ ବିଭାଗର ଡ଼ିଜି ଲକରରେ ଯାଂଚ ପରେ ନକଲି ସାର୍ଟିଫିକେଟ୍ କଥା ପଦାକୁ ଆସିଛି । ବିଭାଗୀୟ ଅଧିକାରୀ ଏହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।