କ୍ୟାନସର ଚିକିତ୍ସା କ୍ଷେତ୍ରରେ ବଡ ଉପଲବ୍ଧି ପାଇପାରେ ରୁଷ । ଖୁବ ଶିଘ୍ର ହେବ କ୍ୟାନସର ଟିକାର ହ୍ୟୁମାନ ଟ୍ରାଏଲ, ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସୂଚନା

595

କନକ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ରୁଷ ପାଇବାକୁ ଯାଉଛି ବଡ ଉପଲବ୍ଧି । ରୁଷ ତିଆରି କରୁଛି କ୍ୟାନସର ଟିକା । ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଟିକାର ହ୍ୟୁମାନ ଟ୍ରାଏଲ କରାଯିବ । ଟ୍ରାଏଲ ସଫଳ ହେଲେ ବଜାରରେ ଉପଲବ୍ଧ କରାଯିବା ନେଇ ପୁଟିନ ସୂଚନା ଦେଇଛନ୍ତି । ତେବେ ଟିକାର ଦାମ କେତେ ରହିବ? କିପରି ବ୍ୟବହାର କରାଯିବ ଏନେଇ ଅଧିକ ତଥ୍ୟ ମିଳିପାରିନି ।ରୁଷ ସହ ଆମେରିକା, ବିଟ୍ରେନ, ଜର୍ମାନୀ ମଧ୍ୟ କ୍ୟାନସର ଅଧିକ ଅଧ୍ୟୟନ ସହ ଟିକା ପ୍ରସ୍ୁତି ପଥରେ ଅଛନ୍ତି ।