ପାକିସ୍ତାନ-ପିଟିଆର ଡିଲ ଫେଲ । ସର୍ତ୍ତ ସହ ପ୍ରଧାନମନ୍ତ୍ରୀ ପଦ ପାଇଁ ଇମ୍ରାନଙ୍କୁ ଅଫର ଦେଇଥିଲା ପାକ ସେନା

494

କନକ ବ୍ୟୁରୋ : ପିଟିଆକୁ ପାକିସ୍ତାନ ସେନାର ଅଫର । ଯେଉଁ ସମୟରେ ପାକିସ୍ତାନରେ କିଏ ସରକାର ଗଢ଼ିବ ତାକୁ ନେଇ କୌଣସି ନିଷ୍କର୍ସ ବାହାରିପାରୁନି ସେସମୟରେ ଇମ୍ରାନ ଖାନଙ୍କୁ ସେନା ଅଫର ଦେଇଥିବା ଜଣାପଡିଛି । ପାକିସ୍ତାନ ଖବରକାଗଜ ଦ ନ୍ୟୁଜର ରିପୋର୍ଟ ଅନୁସାରେ ଇମ୍ରାନ ଖାନଙ୍କ ସହ ଯୋଗାଯୋଗ କରିଥିଲା ପାକିସ୍ତାନ ସେନା । କ୍ଷମା ମାଗିବା ଓ ସର୍ତ ମାନିବା ବଦଳରେ ଇମ୍ରାନଙ୍କୁ ପାକ ସେନା ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଫର ଦେଇଥିବା ଖବରକାଗରେ ଦାବି କରାଯାଇଛି । ମେ ୯ରେ ଇସଲାମାବାଦରେ ହୋଇଥିବା ହିଂସା ପାଇଁ କ୍ଷମା ଦାବି କରିବା ସହ ପାକ ସେନା ଏକଥାର ମଧ୍ୟ ଦାବି କରିଥିଲା ଯେ ଭବିଷ୍ୟତରେ ପାକ ସେନା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବା ବୟାନବାଜୀ ଯେପରି ନକରନ୍ତି ଇମ୍ରାନ । ତେବେ କୌଣସି କାରଣର ପିଟିଆଇ ଓ ପାକ ସେନା ମଧ୍ୟରେ ଡିଲ ଫାଇନାଲ ହୋଇପାରନି । ସେନାର ପୂର୍ବତନ ପ୍ରତିରକ୍ଷା ସଚିବ ନଇମ ଖାଲିଦଙ୍କ ଏକ ସାକ୍ଷାତାକାରକୁ ଆଧାର କରି ଦ ନ୍ୟୁଜ ଏହି ଦାବି କରିଛି । ପାକିସ୍ତାନ ନିର୍ବାଚନ ଫଳାଫଳ ପ୍ରକାଶକୁ ୭ଦିନ ଉପରେ ହୋଇସାରିଲାଣି । ଗୋଟ ପଟେ ସରିଫ ଓ ଭୁଟୋଙ୍କ ଦଳ ମେଂଟ କରି ସରକାର କରିବା ଉପରେ ବିଚାର କରୁଛନ୍ତି ଅନ୍ୟପଟେ ନିର୍ଦ୍ଦଳୀୟ ପ୍ରାର୍ଥୀ ଉମର ଆୟୁବଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବା ସହ ସମର୍ଥନ ଜଣାଇଛି ପିଟିଆଇ । ତେବେ କିଏ ଗଢ଼ିବେ ପାକିସ୍ତାନରେ ସରକାର ତାର ଚିତ୍ର ଏବେବି ଅସ୍ପଷ୍ଟ ରହିଛି ।