ଆଇଏମଡିର ଆକଳନ । ଚଳିତବର୍ଷ ସମସ୍ତ ରେକର୍ଡ ଭାଙ୍ଗିବ ତାତି, ଏପ୍ରିଲରୁ ଜୁନ ଯାଏଁ ଦେଶର ଅଧିକାଂଶ ସ୍ଥାନରେ ସାମାନ୍ୟଠୁ ଅଧିକ ରହିବ ଗ୍ରୀଷ୍ମ ପ୍ରବାହ

449

କନକ ବ୍ୟୁରୋ : ଅସହ୍ୟ ଗରମ, ମୁଣ୍ଡଫଟା ତାତି ଓ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ କାରଣ ଚଳିତବର୍ଷ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ସ୍ଥାନରେ ପାରଦ ବଢିବା ସହ ଆଶାଠୁ ଅଧିକ ତାତି ଅନୁଭୂତ ହେବ । ଉତରଭାରତ କିଛି ସ୍ଥାନ ବ୍ୟତିତ ଦେଶର ଅଧିକାଂଶ ଜିଲ୍ଲାରେ ଅସହ୍ୟ ଗରମ ଅନୂଭୁତ ହେବ । ମଧ୍ୟ, ପୂର୍ବ,ଉତରପଶ୍ଚିମ ଭାରତରେ ସାମାନ୍ୟଠୁ ଅଧିକ ଗରମ ଅନୁଭୂତ ହେବା ନେଇ ଆକଳନ କରିଛି ଆଇଏମଡି । ବିହାର, ଉତରପ୍ରଦେଶ, ଝାଡଖଣ୍ଡ, ଓଡିଶା, ପଂଜାବ, ହରିଆଣ ସବୁଠୁ ଅଧିକ ପ୍ରଭାବିତ ହେବ । ତେବେ ଏପ୍ରିଲ ମାସରେ ପୂର୍ବୋତ, ଉତରପଶ୍ଚିମ ଭାରତରେ ବର୍ଷାର ସମ୍ଭାବନା ରହିଛି ।