ସେନାରେ ସାମିଲ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶାନାମା । ସେପଟେ ପୁଟିନଙ୍କ ଭୟରେ ଦେଶ ଛାଡୁଛନ୍ତି ଯୁବକ

610

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧ ଚାଲିଛି । ଏହା ଭିତରେ ଆସିଛି ବଡ ଖବର । ୟୁକ୍ରେନର ମୁକାବିଲା କରିବା ପାଇଁ ବଡ ନିଷ୍ପତି ନେଇଛନ୍ତି ରୁଷ ରାଷ୍ଟ୍ରପତି । ସୂଚନା ଅନୁସାରେ ରାଷ୍ଟ୍ରପତି ପୁଟିନ ନିଜ ସେନାରେ ନୂଆ କରି ଦେଢଲକ୍ଷ ସୈନିକ ଭର୍ତି କରିବେ । ଏମାନଙ୍କ ବୟସ ୧୮ରୁ ୨୭ବର୍ଷ ରହିବ ବୋଲି ଜଣାପଡିଛି । ସେପଟେ ପୁଟିନଙ୍କ ଏହି ନିଷ୍ପତିକୁ ଗ୍ରହଣ ନକରିପାରି ଅନେକ ଯୁବ ନାଗରିକ ଦେଶ ଛାଡି ଚାଲିଯାଉଥିବା ଜଣାପଡିଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିଛି । ଏବେ ସୁଦ୍ଧା ରୁଷର ୭ଲକ୍ଷ ସୈନିକଙ୍କ ମୃତ୍ୟୁ ହୋଇସାରିଛି । ଏବେ ଯେଉଁ ୫ଲକ୍ଷ ସୈନିକ ରହିଛନ୍ତି ସେମାନେ ଫ୍ରଣ୍ଟଲାଇନରେ ଯିବାକୁ ଯୋଗ୍ୟ ନୁହେଁ ବୋଲି ବିଚାର କରି ନୂଆ ଭର୍ତିର ବିଚାର କରିଛନ୍ତି ପୁଟିନ । ସେପଟେ ୟୁକ୍ରେନ ଦାବି କରିଛି ଯୁଦ୍ଧରେ କ୍ରେମଲିନ ନିଜର ୭୦ ପ୍ରତିଶତ ସୈନିକଙ୍କୁ ହରାଇସାରିଛି ।