ପଦାରେ ପଡିଲା ରେଳବାଇ କର୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ରାଉଲକେଲାରେ ଟିକେଟ ଦେଉନାହାଁନ୍ତି କର୍ମଚାରୀ!!

290

କନକ ବ୍ୟୁରୋ : ପଦାରେ ପଡିଲା ରେଳବାଇ କର୍ତୃପକ୍ଷଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ ଇଂରାଜୀ ଓ ଓଡିଆରେ ଆରକ୍ଷଣ ଫର୍ମ ଛାପିଛି ବିଭାଗ । ଅନ୍ୟପଟେ ସେହି ଫର୍ମକୁ ଓଡିଆରେ ପୂରଣ କଲେ ଆବେଦନକାରୀଙ୍କୁ ଟିକେଟ୍ ଦେବାକୁ ମନା କରି ଦେଉଛନ୍ତି । ଏବଂ ଇଂରାଜୀରେ ଲେଖିବାକୁ ବାଧ୍ୟ କରୁଛନ୍ତି ଟିକେଟ୍ କାଉଁଟରରେ ଅବସ୍ଥାପିତ କର୍ମଚାରୀ । ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ରାଉରକେଲାରେ । ସେକ୍ଟର-୧୯ ସ୍ଥିତ ବୁକିଙ୍ଗ୍ କାଉଁଟରରେ ଓଡିଆ ଲେଖା ଆରକ୍ଷଣ ଫର୍ମ ଦେଖିଲା ମାତ୍ରେ ଆବେଦନକାରୀଙ୍କୁ ରୋକଠୋକ୍ ଟିକେଟ୍ କାଟିବାକୁ ମନା କରିଦେଇଛନ୍ତି କର୍ମଚାରୀ।

ଯଦି କିଏ ପ୍ରତିବାଦ କଲା ତାକୁ ନାଲିଆଖି ଦେଖାଇବା ସହ ଅଜବ ଯୁକ୍ତି ରଖି କହିଛନ୍ତି କର୍ତୁପକ୍ଷଙ୍କୁ କୁହ ରାଉରକେଲାରେ ଓଡିଆଙ୍କୁ ବସାଇବେ । ରେଳବାଇ କର୍ମଚାରୀଙ୍କ ଏଭଳି ଆଭିମୁଖ୍ୟକୁ ଉପାନ୍ତ ଅଂଚଳରେ ଓଡିଆ ଭାଷା ସଂସ୍କୃତି ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇ ଦିନ ତଳେ ଓଡିଶାର ବିଭିନ୍ନ ରେଳ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ ଓଡିଆ ଭାଷାରେ ଲେଖା ହୋଇ ମିଳିବା ଆରମ୍ଭ ହୋଇସାରିଛି ।