ମଧ୍ୟପ୍ରଦେଶରେ ବଡ ଧରଣର ସଡକ ଦୁର୍ଘଟଣା । ଚାଲିଗଲା ୬ଜଣଙ୍କ ଜୀବନ, ୫ ଗୁରୁତର ।

118

କନକ ବ୍ୟୁରୋ : ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ ଆଜି ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦୋର ସହରର ତେଜାଜି ନଗର ଅଞ୍ଚଳରେ ଦ୍ରୁତ ଗତିରେ ଯାଉଥିବା ୨ଟି କାର ମଧ୍ୟରେ ମଙ୍ଗଳବାର ଭୋର ସମୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଏହାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ଦୁଇଟ କାର୍ ନିଜ ନିଜ ରାସ୍ତାରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ସଂପର୍କୀତ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।ଏହାପରେ ପୁଲିସ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ କାର ଭିତରୁ ମୃତଦେହ ଉଦ୍ଧାର କରିଥିଲେ। ଏଥିଲାଗି କର ଦୁଇଟିକୁ କାଟିବାକୁ ପଡ଼ିଥିଲା। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସେହିଭଳି ପୁଲିସ ଗୁରୁତରଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।