ଟିକେଟ୍ ମିଳିଲାନି ବୋଲି ବିକଳ ହୋଇ କାନ୍ଦିଲେ ନେତା । କହିଲେ, ‘ଲୋକଙ୍କ ସେବା ପରେ ବି ମୋତେ ମିଳିଲାନି ଟିକେଟ୍’

3,063

କନକ ବ୍ୟୁରୋ: ମିଳିଲାନି ଟିକେଟ, ଭୋ ଭୋ ହୋଇ କାନ୍ଦିଲେ ନେତା । ଘଟଣା ବିହାରର । ଦଳର ନେତା ସରଫରାଜ ଆଲାମ ଅରରିଆ ଆସନ ପାଇଁ ଟିକେଟ ପାଇବେ ବୋଲି ବେଶ ଆଶାବାଦୀ ଥିଲେ ।ହେଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଜାଣିଶୁଣି ତାଙ୍କ ଟିକେଟ କାଟି ଦେଇଥିବା କହି ଜନସଭାରେ କାନ୍ଦି ପକାଇଛନ୍ତି ସାଂସଦ । ଏଥିସହ ଲାଲୁଙ୍କୁ ପ୍ରଶ୍ନ କରିଛନ୍ତି ସାଂସଦ । ସେ ପଚାରିଛନ୍ତି କି ଭୁଲ ରହିଗଲା ଯେ ପ୍ରତିଶ୍ରୁତି ଓ ସେବା ପରେ ବି ତାଙ୍କୁ ଟିକେଟ ମିଳିଲାନି । ଏଥିସହ ଆରଜେଡିର ଭିତିରି ଗୁମର ଖୋଲିବା ସହ ନେତା ଲାଲୁ ଓ ତେଜସ୍ୱୀଙ୍କ ଉପରେ ଟିକେଟ ବିକ୍ରି ଅଭିଯୋଗ ମଧ୍ୟ ଆଣିଛନ୍ତି ।ସୋସିଆଲ ମିଡିଆରେ ସରଫରାଜଙ୍କ କାନ୍ଦ ଭିଡିଓ ବେଶ ଭାଇରାଲ ହେଉଛି । ଏହି ଆସନରେ ସରଫରାଜଙ୍କ ସାନଭାଇଙ୍କୁ ଟିକେଟ ଦେଇଛି ଆରଜେଡି । ଗତକାଲି ଇଦ ଅବସରରେ ଏକ ପାର୍ଟିର ଆୟୋଜନ କରିଥିଲେ ସରଫରାଜ । ଆଉ ଏଥିରେ ଆରଜେଡି ବିରୋଧରେ ବର୍ଷିଥିଲେ ।