କଟକରେ ବିଜେପିର ବଡ ମିଶ୍ରଣ ପର୍ବ । ଦଳରେ ସାମିଲ ହେଲେ ଅନେକ ବିଜେଡି କର୍ମୀ ।

2,052

କନକ ବ୍ୟୁରୋ: କଟକରେ ବିଜେପିର ବଡ଼ ମିଶ୍ରଣ ପର୍ବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃୃହରି ମହତାବଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ବହୁ ବିଜେଡି କର୍ମୀ । କଟକର ବିଭିନ୍ନ ୱାର୍ଡ ଏବଂ ଆଠଗଡ଼ ଅଞ୍ଚଳର ଅନେକ ବିଜେଡି କର୍ମୀ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଉଭୟ ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଗାମୀ ଦିନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।